କଟକ: ୪୯ ନମ୍ବର ୱାର୍ଡ ତଫସିଲଭୁକ୍ତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଠାରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ଦଳର ସୁମତି ହେମ୍ବ୍ରମ (୩୯)ଙ୍କ ସ୍ୱାମୀ ତିବ୍ରୁ ହେମ୍ବ୍ରମ ଜଗତପୁର ଶିଳ୍ପାଞ୍ଚଳର ଜଣେ ସିକ୍ୟୁରିଟି କର୍ମଚାରୀ। ସୁମତି ପୂର୍ବରୁ ଏସ ଏସ ଜି ଅଧୀନରେ କାମ କରୁଥିଲେ। ସେ ଭୂମିହୀନ ଭାବେ ତ୍ରିନାଥ ଆଦିବାସୀ ବସ୍ତିରେ ପ୍ରାୟ ୨୫ ବର୍ଷ ହେବ ପରିବାର ସହିତ ରହୁଛନ୍ତି। ସ୍ୱାମୀଙ୍କ ମାସକୁ ପ୍ରାୟ ୮ ରୁ ୧୦ ହଜାର ଟଙ୍କା ରୋଜଗାରରେ ପରିବାର ଚଳନ୍ତି। ବ୍ୟାଙ୍କରେ ତାଙ୍କର ୨୦ ହଜାର ଟଙ୍କା ଜମା ଅଛି। ତାଙ୍କର ଦୁଇଟି ଝିଅ। ସୁମତି ନବମ ଶ୍ରେଣୀ ପାସ କରିଥିବା ଶପଥ ପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ବିଜେପିରୁ ବାଙ୍ଗାଲି ହେମ୍ବ୍ରମ (୨୨) ନାମାଙ୍କନ କରିଛନ୍ତି।
ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ । ସେ ଭୂମିହୀନ ଭାବେ ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ବାଲିସାହି ଆଦିବାସୀ ବସ୍ତିରେ ସ୍ୱାମୀଙ୍କ ସହିତ ରୁହନ୍ତି। ସ୍ୱାମୀ ଦିନ ମଜୁରିଆ ହୋଇଥିବା ବେଳେ ବାଙ୍ଗାଲି ବିଭିନ୍ନ ବସ୍ତିରେ ଟିଉସନ କରି ରୋଜଗାର କରନ୍ତି। ବିଜୁ ଜନତା ଦଳ ପକ୍ଷରୁ ଦମୟନ୍ତୀ ମlଝି (୨୨)କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି l ସେ ରେଭେନସା ବିଶ୍ୱବିଦ୍ୟାଳୟରେ ଏମ୍.କମ ଶେଷ ବର୍ଷ ପାଠ ପଢିବା ସହିତ ଟ୍ୟୁସନ କରନ୍ତି। ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ମା’ ଦିନ ମଜୁରିଆ ଭାବେ ପରିବାର ଚଳlନ୍ତି। ପରିବାରରେ ତାଙ୍କର ସାନ ଭାଇ ଭଉଣୀ ଅଛନ୍ତି l ସାନ ଭାଇ ଆଇଟିଆଇ ଓ ଭଉଣୀ ବିଏ ପଢୁଛନ୍ତି l
Follow Us