ସରକାରଙ୍କୁ ହସ୍ତାନ୍ତର କରାଯିବ କ୍ୟାଣ୍ଟନ୍‌ମେଣ୍ଟ କ୍ବାର୍ଟର୍ସ, ରେଭେନ୍ସା ପରିସରକୁ ଆସିଲେ ବିଶ୍ବବିଦ୍ୟାଳୟ କୁଳପତି

Advertisment
ସରକାରଙ୍କୁ ହସ୍ତାନ୍ତର କରାଯିବ କ୍ୟାଣ୍ଟନ୍‌ମେଣ୍ଟ କ୍ବାର୍ଟର୍ସ, ରେଭେନ୍ସା ପରିସରକୁ ଆସିଲେ ବିଶ୍ବବିଦ୍ୟାଳୟ କୁଳପତି

Sambad

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ ବାସଭବନର ନୂଆ ଠିକଣା ହୋଇଛି ରେଭେନ୍ସା ପରିସର। ପୂର୍ବରୁ ଏହା କ୍ୟା‌ଣ୍ଟନ୍‌ମେଣ୍ଟ ରୋଡ୍‌ସ୍ଥିତ କ୍ବାର୍ଟର୍‌ ନମ୍ବର ଏସ୍‌ଓ-୧୪ ଥିଲା। ରେଭେନ୍ସା ମଧ୍ୟରେ ଥିବା ଏକ କ୍ବାର୍ଟର‌୍‌କୁ କୁଳପତିଙ୍କ ବାସଭବନ କରାଯାଇଥିବା ବେଳେ କୁଳପତି ଗତ ସପ୍ତାହରୁ ଏଠାରେ ରହିବା ଆରମ୍ଭ କରିଛନ୍ତି। ଅନ୍ୟପଟେ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ରେଭେନ୍ସା କୁଳପତିଙ୍କ ବାସଭବନକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଦିଆଯିବ‌ ବୋଲି ରେଭେନ୍ସା ପକ୍ଷରୁ କୁହାଯାଇଛି। ୨୦୦୬ରେ ରେଭେନ୍ସା କଲେଜ ବିଶ୍ବବିଦ୍ୟାଳୟରେ ପରିଣତ ହେବା ପରେ ଏହାର କୁଳପତିଙ୍କ ବାସଭବନ ପାଇଁ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ସରକାରୀ ବାସଭବନକୁ ସରକାରଙ୍କ ତରଫରୁ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା।
ରେଭେନ୍ସା ପରିସରରେ ଥିବା ଏକ କ୍ବାର୍ଟରକୁ ମରାମତି କରାଯାଇ କୁଳପତିଙ୍କ ବାସଭବନ କରାଯାଇଛି। ଗତ ୧୪ ତାରିଖରୁ କୁଳପତି ଏଠାରେ ରହିବା ଆରମ୍ଭ କରିଛନ୍ତି। କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଥିବା ବାସଭବନକୁ ଖୁବ୍‌ ଶୀଘ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ। ଗତବର୍ଷ ସେପ୍ଟେମ୍ବର୍‌ରେ ଅନୁଷ୍ଠିତ ସିଣ୍ଡିକେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ସରକାରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇ କ୍ୟାଣ୍ଟନମେଣ୍ଟ୍‌‌ ରୋଡ୍‌ ବାସଭବନରେ ପ୍ରଥମ କୁଳପତି ‌ଦେବଦାସ ଛୋଟରାୟଙ୍କଠାରୁ ଆରମ୍ଭ କରି ପ୍ରଫେସର ବି.ସି. ତ୍ରିପାଠୀ, ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଫେସର ଇଶାନ୍‌ କୁମାର ପାତ୍ରଙ୍କ ପରି ୪ ଜଣ କୁଳପତି ଏଠାରେ ରହିଥିଲେ। ବିଶ୍ବବିଦ୍ୟାଳୟର ବର୍ତ୍ତମାନର କୁଳପତି ପ୍ରଫେସର ସଂଜୟ କୁମାର ନାୟକ ଏବେ ରେଭେନ୍ସା ପରିସରରେ ଥିବା କୁଳପତିଙ୍କ ନିବାସରେ ରହୁଛନ୍ତି। ତେଣୁ କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ସ୍ଥିତ ବାସଭବନକୁ ସରକାରଙ୍କୁ ହସ୍ତାନ୍ତର କରିଦିଆଯିବ ବୋଲି କୁଳସଚିବ ଡକ୍ଟର ଭକ୍ତଚରଣ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe