ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପ୍ରସଂଗ : ହାଇକୋର୍ଟରେ ଦୁଇ ମାମଲାର ଶୁଣାଣି ଘୁଞ୍ଚିଲା

Advertisment
ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ୍‌ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ୱାଟ୍‌କୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

image source-newindianexpress.com

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ଦୁଇ ମାମଲାର ଶୁଣାଣି ଆଜି ଘୁଞ୍ଚିଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟଙ୍କ ଜାନୁଆରି ୭ର ନିର୍ଦ୍ଦେଶ ପାଳନ କରି ସରକାରଙ୍କ ପକ୍ଷରୁ ଜାନଆରି ୧୯ରେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ସଂପର୍କିତ ଇନକ୍ବେଷ୍ଟ ରିପୋର୍ଟ ସହିତ ଚାରିଜଣ ସ୍ବାଧୀନ ସାକ୍ଷୀଙ୍କ ବୟାନ ଦାଖଲ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାଶ, ବାପା ନନ୍ଦିକିଶୋର ଦାଶ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଆବେଦନ ଦାୟର କରାଯାଇଥିଲା।

ପରବର୍ତ୍ତୀ ସମୟରେ ପିପୁଲ ଫର ସେବା ଅନୁଷ୍ଠାନର ଏମ.ବେହେରାଙ୍କ ପକ୍ଷରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଯାଇ ପୃଥକ ମାମଲା ଦାୟର କରାଯାଇଥିଲା। ଆଦିତ୍ୟଙ୍କୁ ହତ୍ୟା ଅଭିଯୋଗ ନେଇ ଜିଆରପି ଥାନାରେ ରୁଜୁ ଅଭିଯୋଗ ସହିତ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଏ ନେଇ ଦାୟର କରିଥିବା ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଏହି ଆବେଦନରେ ଦର୍ଶା ଯାଇଥିଲା। ଉଭୟ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ପଦ୍ମାଳୟା ଦାସ ଓ ଅନ୍ୟମାନଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ଏମ.ବେହେରାଙ୍କ ପକ୍ଷରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe