ଆୟକର ଅଧିକାରୀଙ୍କ ଘରେ ସିବିଆଇ ଚଢ଼ଉ

Advertisment
ଆୟକର ଅଧିକାରୀଙ୍କ ଘରେ ସିବିଆଇ ଚଢ଼ଉ

କଟକ : କଟକ ସିଡିଏସ୍ଥିତ ଜଣେ ଆୟକର ଅଧିକାରୀଙ୍କ ଘରେ ସିିବିଆଇ ଟିମ୍‌ ଚଢ଼ଉ କରିଛି। ଲାଞ୍ଚ କାରବାର ଅଭିଯୋଗରେ ଆୟକର ଅଧିକାରୀ ନିରଞ୍ଜନ ବେହେରା ଭଦ୍ରକରୁ ଗିରଫ ହୋଇଥିବା ବେଳେ ସନ୍ଧ୍ୟାରେ ଘରେ ଚଢ଼ଉ ହୋଇଥିଲା । ତାଙ୍କ ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଆୟକର କାର୍ଯ୍ୟାଳୟରେ କାର୍ଯ୍ୟରତ ନିରଞ୍ଜନଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ସେହି ଆଧାରରେ ସିବିଆଇର ଜଣେ ଇନ୍‌ସ୍ପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର ୬ସ୍ଥିତ ଶିବମନ୍ଦିର ନିକଟରେ ଥିବା ତାଙ୍କ ଘରେ ଚଢ଼ଉ କରିଥିଲା । ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା । ରିପୋର୍ଟ ଲେଖାହେବା ବେଳକୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଟଙ୍କାର ପରିମାଣ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe