କଟକ ବଡ଼ ମେଡିକାଲ ସର୍ଜରୀ ଆଉଟଡ଼ୋରରେ ଖସିଲା ସିଲିଂ, ନଷ୍ଟ ହେଲା ମୂଲ୍ୟବାନ ଜିନିଷ

Advertisment
କଟକ ବଡ଼ ମେଡିକାଲ ସର୍ଜରୀ ଆଉଟଡ଼ୋରରେ ଖସିଲା ସିଲିଂ, ନଷ୍ଟ ହେଲା ମୂଲ୍ୟବାନ ଜିନିଷ

Sambad

କଟକ: ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ। ଲଗାଣ ବର୍ଷା ଯୋଗୁ ସିଲିଂ ଖସିଥିବାବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି। ସିଲିଂ ଖସି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି। ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବାବେଳେ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଏପରିକି ଏସିବି ମେଡ଼ିକାଲର ପରିସରରେ ମଧ୍ୟ ବର୍ଷା ପାଣି ପସିଛି।

ସୂଚନାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି। ଅନ୍ୟପଟେ ଏସିବି ମେଡ଼ିକାଲ ସର୍ଜରୀ ଆଉଟଡ଼ୋରରେ ଖସିଛି ସିଲିଂ। କୈଣସି ବ୍ୟକ୍ତି ଏଥିରେ ଆହତ ହୋଇନଥିବାବେଳେ ସିଲିଂ ଖସିବା ଯୋଗୁଁ ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe