କଟକ ସହରରେ ଛଟ୍ପୂ‌ଜା ଆରମ୍ଭ; ପରିବାରର ଶୁଭକାମନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

କଟକ ସହରରେ ଛଟ୍ପୂ‌ଜା ଆରମ୍ଭ; ପରିବାରର ଶୁଭକାମନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

Sambad

କଟକ: ଆଜି ପବିତ୍ର ଛଠ୍‌ ପୂଜା ଆରମ୍ଭ ହୋଇଯାଇଛି। କଟକ ସହରର ଉଭୟ ପାର୍ଶ୍ୱରେ ଥିବା ମହାନଦୀ ଏବଂ କାଠଯୋଡ଼ି ନଦୀ କୂଳରେ ହଜାର ହଜାର ମହିଳା ଶ୍ରଦ୍ଧାଳୁମାନେ ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଶ୍ରଦ୍ଧାଳୁମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି। ଆସନ୍ତାକାଲି (ସୋମବାର) ଉଦିତ ସୂର୍ଯ୍ୟଙ୍କୁ ପୁଣି ଥରେ ଅର୍ଘ୍ୟ ଦେଇ ବ୍ରତ ଭଙ୍ଗ କରିବେ। ଏହା ପରେ ଜଳପାନ କରିବେ।

ବିଶେଷ କରି କଟକ ସହରରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ପକ୍ଷରୁ ଏହି ଛଠ୍‌ ପୂଜା କରାଯାଇଥାଏ। ଏହା ଏକ ପ୍ରକୃତିର ପୂଜା ରହିଥାଏ। ସୂର୍ଯ୍ୟ ଦେବତା ସମେତ ଜଳ ଏବଂ ବାୟୁ ମଣ୍ଡଳକୁ ପୂଜା କରାଯାଇଥାଏ। ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ବିହାରୀ ସମ୍ପ୍ରଦାୟ ପକ୍ଷରୁ ବେଶ କିଛି ଉତ୍ସାହ ଦେଖା ଦେଇଛି। ଆଜି କାଠଯୋଡ଼ି ଏବଂ ମହାନଦୀ ନଦୀକୂଳ ଛଠ୍‌ ପୂଜା ପାଇଁ ଲୋକାରଣ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟକ ମହିଳାମାନେ ଏକ ଶୋଭାଯାତ୍ରାରେ ଆସି ନଦୀକୂଳରେ ପୂଜାର୍ଚ୍ଚନା କରିଛନ୍ତି। ଆଖୁ, ଫଳ ମୂଳ, ଏବଂ ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ।

publive-image Sambad

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ନିଜ ପରିବାରର ସୁଖ ଶାନ୍ତି ସମୃଦ୍ଧି ଲାଗି ଏହି ପୂଜା କରାଯାଏ। ବିଶେଷ କରି ପୂର୍ବ ଭାରତର ଓଡ଼ିଶା ସମେତ ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ପ୍ରମୁଖ ରାଜ୍ୟ ଗୁଡ଼ିକ ଛଠ୍‌ ପୂଜା ପାଇଁ ବେଶ ପ୍ରସିଦ୍ଧ। ଏହି ଛଟ ପୂଜା ବିହାରୀ ସମ୍ପ୍ରଦାୟର ଗଣପର୍ବ ଭାବରେ ପରିଚିତ। ଏହି ପୂଜା ପାଇଁ ମହାନଦୀ ଏବଂ କାଠଯୋଡି ନଦୀକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦେବୀଗଡା ଠାରେ କଟକ ମହାନଗର ଛଠ୍‌ ପୂଜା ସମିତି ପକ୍ଷରୁ ଛଟ ପୂଜାର ଆୟୋଜନ କରାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe