ଅଙ୍ଗନବାଡ଼ି ଛତୁଆରେ ପୋକ: ଗଣମାଧ୍ୟମଙ୍କ ଉପରେ ଚିହିଁକି ଉଠିଲେ ମିଶନ ଶକ୍ତି ସମ୍ପାଦିକା

Advertisment
ଅଙ୍ଗନବାଡ଼ି ଛତୁଆରେ ପୋକ: ଗଣମାଧ୍ୟମଙ୍କ ଉପରେ ଚିହିଁକି ଉଠିଲେ ମିଶନ ଶକ୍ତି ସମ୍ପାଦିକା

Sambad

କଟକ: ଅଙ୍ଗନବାଡ଼ି ଛତୁଆରେ ପୋକ। ଖାଇଲା ବେଳକୁ ଲାଗୁଛି ଗମରା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ମହାନଗର ନିଗମ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ଛତୁଆରୁ। ଛତୁଆ କ୍ବାଲିଟିକୁ ନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ସରକାର ଯେତିକି ଟଙ୍କା ଦେଉଛନ୍ତି ସେଥିରେ ଭଲ ଛତୁଆ ତିଆରି ହେବ କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ମିଶନଶକ୍ତି ଭଉଣୀ। ଅନ୍ୟପଟେ ଆମେ ନିଜେ ଖାଇ କି ପ୍ଲାଣ୍ଟରେ କ୍ବାଲିଟି ଚେକ କରୁଛନ୍ତି ଅଧିକାରୀ।ତେବେ ପୋକ ବାହାରିବା ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ସିଡ଼ିପିଓ। ସମନ୍ବିତ ଶିଶୁ ବିକାଶ ଯୋଜନାରେ ସରକାର ତରଫରୁ ଜନ୍ମରୁ ଯୋଗାଇ ଦିଆଯାଉଛି ପୃଷ୍ଟିକର ଖାଦ୍ୟ। ଏଥିରେ ସାମିଲ ହୋଇଛି ଛତୁଆ ଆଉ ମକା ହାଲୁଆ। ଯାହାକୁ ପ୍ରସ୍ତୁତ କରୁଛନ୍ତି ମିଶନଶକ୍ତି ଅଧୀନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ। ଗତ କିଛିଦିନ ଧରି ଛତୁଆରେ ବାହାରୁଛି ପୋକ।

publive-image Sambad

ତେବେ ଏଘଟଣା ପ୍ରତିକ୍ରିୟା ପାଇଁ ଆମେ ପହଞ୍ଚିଥିଲୁ କଟକ ସହର ଯୋନ ୨ ଦାୟିତ୍ୱରେ ଥିବା ସିଡ଼ିପିଓଙ୍କ କାର୍ଯ୍ୟାଳୟରେ। ମାତ୍ର ସେଠାରେ ଥିବା ମିଶନ ଶକ୍ତିର ସମ୍ପାଦକ ମିଡିଆ ଉପରେ ଚିହିଁକି ଉଠିଥିଲେ। କେବଳ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ନା ଆମ କଥା ବି ବୁଝୁଛନ୍ତି ବୋଲି ଓଲଟା ପ୍ରଶ୍ନ କରିଥିଲେ ଆମ ପ୍ରତିନିଧିକୁ। ଏକ କେଜି ଛତୁଆ ପାଇଁ ସରକାର ଦେଉଛନ୍ତି ମାତ୍ର ୨୪ ଟଙ୍କା। ତେଣୁ ୨୪ ଟଙ୍କାରେ କିଭଳି ଛତୁଆ ପ୍ରସ୍ତୁତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ମିଶନ ଶକ୍ତି ସମ୍ପାଦିକା। ବହୁତ କମ ରେଟରେ ଛତୁଆ ଆମେ ପ୍ରସ୍ତୁତ କରୁଛୁ।

publive-image Sambad

ସରକାର ସେ ମାନଙ୍କର ଦୁଃଖ ବି ବୁଝିବା ଦରକାର ବୋଲି କହିଛନ୍ତି। ତେବେ କମ ଟଙ୍କା ମିଳୁଥିବାରୁ କମ ଦାମିକିଆ କଞ୍ଚାମାଲ ଆଣି ଛତୁଆ ପ୍ରସ୍ତୁତ କରାଯାଇଛି କି ? ଛତୁଆର ମାନ ପରୀକ୍ଷା ପାଇଁ କିଛି ବ୍ୟବସ୍ଥା କରିଛି କି ବିଭାଗ। ଏଭଳି ଅନେକ ପ୍ରଶ୍ନର ଅଧିକାରୀ ଦେଇଥିଲେ ହାସ୍ୟସ୍ପଦ ଉତ୍ତର। ଛତୁଆ ପ୍ରସ୍ତୁତ କରୁଥିବା ପ୍ଲାଣ୍ଟକୁ ଯାଇ ଅଧିକାରୀ ନିଜେ ବୁଟ ବାଦାମ ଗହମ ଖାଇ କି ଟେଷ୍ଟ କରୁଛନ୍ତି। ବିଭାଗ ନିକଟରେ ମାଁ ପରୀକ୍ଷଣ ପାଇଁ ନାହିଁ ଠୋସ ବ୍ୟବସ୍ଥା। କୁନି କୁନି ଶିଶୁଙ୍କୁ ଦିଆଯାଉଥିବା ପୃଷ୍ଟିକର ଖାଦ୍ୟକୁ ନେଇ ସମସ୍ତେ ଦାୟିତ୍ୱହୀନ। ଅଧିକାରୀ ଠାରୁ ଆରମ୍ଭ କରି ମିଶନଶକ୍ତି ପ୍ରସ୍ତୁତକାରୀ କେହି ବି ଗୁରୁତ୍ୱର ସହ ନେଉନାହାନ୍ତି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ। ଅଭିଯୋଗ ପହଞ୍ଚିନି ମୋ ପାଖରେ ପହଞ୍ଚିଲେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ସିଡ଼ିପିଓ କଟକ ଅର୍ବାନ ନିବେଦିତା ବିଭୂତିରାୟ। ଅଘଟଣ ଘଟିଲା ପରେ ଚେତା ପଶିବ ପ୍ରଶାସନର। ଆରମ୍ଭ ହେବ ଘୋଳତାଡ଼ ହେଲେ ବେଳ ଥାଉ ଥାଉ ଯଦି ପ୍ରଶାସନ ନ ଚେତିବ ତେବେ କୁନି କୁନି ଶିଶୁମାନଙ୍କ ସହିତ ଘଟିବ ବଡ଼ ଅଘଟଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe