ବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର, ବାଦାମବାଡ଼ି ପୂଜା ମଣ୍ଡପରୁ ମଧୁପାଟଣା ଛକ ଯାଏଁ ବସିଛନ୍ତି ପରିବା ବିକାଳି

Advertisment

ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳପଡ଼ିଆକୁ ଉଠିଆସିଲା ୧ନମ୍ବର ହାଟ

ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳପଡ଼ିଆକୁ ଉଠିଆସିଲା ୧ନମ୍ବର ହାଟ

ବାଦାମବାଡ଼ିକୁ ଉଠିଲା କଟକର ଛତ୍ରବଜାର ପରିବା ବଜାର, ବାଦାମବାଡ଼ି ପୂଜା ମଣ୍ଡପରୁ ମଧୁପାଟଣା ଛକ ଯାଏଁ ବସିଛନ୍ତି ପରିବା ବିକାଳି

କଟକ: ସମଗ୍ର ଭାରତରେ ଲକ୍‌ ଡାଉନ ଘୋଷଣା ହେବା ପରେ ଆଜିଠାରୁ କଟକର ଛତ୍ରବଜାର ପରିବା ମାର୍କେଟ ବାଦାମବାଡ଼ିକୁ ଉଠି ଆସିଛି। ଆଜି ଛତ୍ରବଜାରରେ ପରିବା ବିକ୍ରି ହେଉନାହିଁ। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମାର୍କେଟକୁ କଟକ ଜିଲ୍ଲା ପ୍ରଶାସନ ଏହି ସ୍ଥାନାନ୍ତର ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବାଦାମବାଡ଼ି ପୂଜା ମଣ୍ଡପରୁ ମଧୁପାଟଣା ଛକ ଯାଏଁ ବସିଛନ୍ତି ପରିବା ବିକାଳି ।

ଠିକ୍ ସେହିପରି ଆଜିଠୁ ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ହାଟ। କରୋନା ପାଇଁ ଦୋକାନୀଙ୍କ ଭିତରେ ଅତି କମରେ ୮ ଫୁଟ୍ ବ୍ୟବଧାନ ରଖିବାକୁ ନିର୍ଦେଶ ଦିଆଯାଇଛି । ଗ୍ରାହକମାନଙ୍କୁ ଅତିକମରେ ପରସ୍ପରଠାରୁ ୧ ମିଟର ଦୂରତାରେ ରହିବାକୁ ବି ନିର୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ତାହା ଅନୁଯାୟୀ ଆଜିଠାରୁ ୪୫ ଦିନ ଯାଏଁ ଭୁବନେଶ୍ୱରର ଏଜି ଛକ ସ୍ଥିତ ଏକ ନମ୍ବର ହାଟକୁ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିଛନ୍ତି। କିଛି ପରିବା ବ୍ୟବସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe