ନେମାଳରେ ଶିଶୁ ବଳି !

Advertisment

ଆଶା ଦିଦିଙ୍କୁ ପୁଲିସ ମାଗିଲା ତଥ୍ୟ

ଆଶା ଦିଦିଙ୍କୁ ପୁଲିସ ମାଗିଲା ତଥ୍ୟ

ନେମାଳରେ ଶିଶୁ ବଳି !

ମୃତ୍ୟୁ ପରେ କଟାଯାଇଛି ମୁଣ୍ଡ
ଘଟଣାପଛରେ ବାହାର ଜିଲ୍ଲାର ତନ୍ତ୍ରସାଧକ!

କଟକ/ନେମାଳ : ନେମାଳ ଅଞ୍ଚଳରେ ଶିଶୁ ମୁଣ୍ଡ ଜବତ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। କଟାମୁଣ୍ଡଟି କାହାର? ଶରୀର କୁଆଡେ ଗଲା? ଶିଶୁଟି ପୁଅ ନା ଝିଅ? ଏସବୁ ତଥ୍ୟ ସଂଗ୍ରହ ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଏଥିପାଇଁ ସ୍ଥାନୀୟ ଆଶା ଦିଦି ମାନଙ୍କଠାରୁ ଗଲା ଦୁଇ ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଜନ୍ମିତ ଶିଶୁ ମାନଙ୍କ ସଂପର୍କରେ ତଥ୍ୟ ଲୋଡ଼ା ଯାଇଛି। ଆସନ୍ତାକାଲି ନିକଟସ୍ଥ କଣ୍ଟାପାରି ବିଲ ପୋଖରୀରେ ଜାଲ ପକାଇ ମୃତ ଶିଶୁର ଶରୀର ଖୋଜିବାକୁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି।

ଅନ୍ୟପଟେ ଏଭଳି ଏକ ଘଟଣାରେ ବାହାର ଜିଲ୍ଲାର କିଛି ତଥାକଥିତ ତାନ୍ତ୍ରିକ ବାବାଙ୍କ ହାତଥିବା ଚର୍ଚ୍ଚା ହେଉଛି। ପୁଲିସ ଶିଶୁର ପରିଚୟ ଜାଣିବା ପାଇଁ ୫କିଲୋମିଟର ପରିଧି ମଧ୍ୟରେ ଥିବା ଆଶା ଦିଦିମାନଙ୍କଠାରୁ ୨ମାସ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଶିଶୁମାନଙ୍କ ତଥ୍ୟ ମାଗିଛି। ଆଜି କଟାମୁଣ୍ଡ ଉଦ୍ଧାର ହୋଇଥିବା ବିଲ ଗହୀର ଏବଂ ଆଖପାଖ ଅଞ୍ଚଳରେ ସାଲେପୁର ଏସ୍‌ଡିପିଓ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଛାନ୍‌ଭିନ୍‌ କରିଥିଲେ ବି କୌଣସି ଆପତ୍ତିଜନକ ସାମଗ୍ରୀ ପାଇନାହାନ୍ତି। ତେବେ ଗତକାଲି ସନ୍ଧାନୀ କୁକୁର ଯାଇଥିବା କଣ୍ଟାପାରି ବିଲ ପାଖ ପୋଖରୀରେ ଜାଲ ପକାଇବ ପୁଲିସ। ଅନ୍ୟପଟେ ଶିଶୁ ମୁଣ୍ଡର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ମୃତ୍ୟୁ ପରେ ଶିଶୁର ମୁଣ୍ଡ କଟା ଯାଇଥିବା ସୂଚନା ମିଳୁଛି।

ସୂଚନାଯୋଗ୍ୟ ଯେ ଗତକାଲି ସକାଳ ୯ଟାରେ ଧାନ ବିଲରେ ଧାନ କାଟିବା ପାଇଁ ଯାଇଥିବା ସମୟରେ ମେସିନ ଚାଳକ ପ୍ରଥମେ ଏକ ରକ୍ତ ଜୁଡୁବୁଡୁ ଶିଶୁର କଟା ମୁଣ୍ଡ ପଡିଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଶିଶୁ ମୁଣ୍ଡରେ କଳା ଟୋପା ଲାଗିଥିଲା। ଉକ୍ତ ଅଂଚଳରେ କିଛିଦିନ ପୂର୍ବରୁ ଗାଦି କରି ରହୁଥିବା ଜଣେ ତନ୍ତ୍ର ସାଧକଙ୍କ ହାତ ଏହି ଘଟଣାରେ ରହିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe