ଗାଁଠୁ ଖରାପ ମହାନଗର! ପ୍ରତିଦିନ ଓଲଟୁଛି ଗାଡ଼ି, ଆହତ ହେଉଛନ୍ତି ଲୋ‌କେ

Advertisment

ହାତ ଟେକି ଦେଇଛି ପୌର ନିଗମ, ପୂର୍ତ୍ତ ବିଭାଗ

ହାତ ଟେକି ଦେଇଛି ପୌର ନିଗମ, ପୂର୍ତ୍ତ ବିଭାଗ

ଗାଁଠୁ ଖରାପ ମହାନଗର! ପ୍ରତିଦିନ ଓଲଟୁଛି ଗାଡ଼ି, ଆହତ ହେଉଛନ୍ତି ଲୋ‌କେ

Sambad

କଟକ: କଟକ ନଗର, ଧବଳ ଟଗର ଏ ଉକ୍ତି କହିଲା ବେଳକୁ ଏବେ ମନରେ ଦ୍ବିଧାବୋଧ ଆସୁଛି। କେହି କେହି ଏହାର ଓଲଟା ଅର୍ଥ କରି ତାଛଲ୍ୟ କରିବା ଆରମ୍ଭ କ‌ଲେଣି। ‘କଟକ ନଗର, ଖାଲଖମା ଏଠି ଜବର’ ବୋଲି କହିଲେଣି। କଟକ ସହରର ରାସ୍ତା ଏବେ ନିପଟ ମଫସଲ ବା ପଲ୍ଲୀ-ପଡ଼ା ରାସ୍ତାଠୁ ବି ଖାପ ସ୍ଥିତିରେ ପହଞ୍ଚିଲାଣି। ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳି-କନ୍ଦି, ସବୁଠୁ କେବଳ ଖାଲ। ଏହା ସତ୍ତ୍ବେ, ସହରର ବୁଦ୍ଧିଜୀବୀ, ନାଗରିକ ଓ ରାଜନୈତିକ ଦଳମାନେ ଏହାର ପ୍ରତିବାଦ କରିବା ପାଇଁ ଆଗକୁ ଆସୁ ନାହାନ୍ତି। ନିଦା ବିଷ୍ଣୁ ପାଲଟିଥିବା କଟକ ପୂର୍ତ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ମହାନଗର ନିଗମକୁ ଅଭିଯୋଗ କରିଲେ ବି କିଛି ଲାଭ ନାହିଁ; ଏ କଥା ଲୋକ ବୁଝିଗ‌ଲେଣି। ପ୍ରତିଦିନ ଦୁର୍ଘଟଣାରେ ଶତାଧିକ ‌ଲୋକ ଆହତ ହେଉଥିବା ଖବର ବି ଆସୁଛି। ବର୍ଷାପାଣି ଜମି ରହିବା ଫଳରେ କେଉଁଠି ଭଲ ରାସ୍ତା‌, କେଉଁଠି ଖାଲ; ତାହା ମଧ୍ୟ ଜଣା ପଡୁ ନାହିଁ। ସେପଟେ ମହାନଗର ନିଗମ, ପୂର୍ତ୍ତ ବିଭାଗ ଅର୍ଥର ଅଭାବ ଦର୍ଶାଇ ହାତ ଟେକି ଦେଉଛନ୍ତି। ରାସ୍ତା‌ରେ ପ୍ୟାଚ୍ ପକାଇବାକୁ ମଧ୍ୟ ପାଖରେ ପାଣ୍ଠି ନାହିଁ କି ସମୟ ନାହିଁ। ଯନ୍ତ୍ରୀମାନେ ଏବେ ମେଗା ପ୍ରକଳ୍ପ କାମରେ ବ୍ୟସ୍ତ ରହୁଥିବା ବେଳେ ପୁରୁଣା ରାସ୍ତାର ରକ୍ଷଣାବେକ୍ଷଣକୁ ସମେସ୍ତ ଭୁଲି ଯାଇଛନ୍ତି।

publive-image Sambad

ସହରର ପ୍ରବେଶଦ୍ବାର କୁହାଯାଉଥିବା ବାଦାମବାଡି-ଲିଙ୍କ୍‌ରୋଡ ରାସ୍ତା ବି ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠି ଢିପ ତ କେଉଁଠି ଖାଲ, ସହଜରେ ଜାଣି ହେଉ ନାହିଁ। ଅଧିକାଂଶ ସ୍ଥାନ ଜାଇକା ଖୋଳି ନଷ୍ଟ କରିଥିବା ବେଳେ ତାହାର ମରାମତି ବି କରାଯାଉନି। ରିଂ-ରୋଡ୍‌ ରାସ୍ତାର ମଧ୍ୟ ସମାନ ଅବସ୍ଥା। ରିଂ-ରୋଡ୍‌ର ବହୁସଂଖ୍ୟକ ସ୍ଥାନକୁ ଭିନ୍ନ ଭିନ୍ନ ସଂସ୍ଥା ଖୋଳି ଛାଡ଼ି ଦେଇଛନ୍ତି। ରାସ୍ତା ରକ୍ଷଣାବେକ୍ଷଣ ନେଇ ଜାଇକା, ପୂର୍ତ୍ତ ବିଭାଗ ଓ ଅନ୍ୟ ଲାଇନ୍‌ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ନାହିଁ। ଯିଏ ଯେଉଁଠି ପାଉଛି ଖୋଳି ପକାଉଛି। କଲେଜ ଛକ- ଓଏମ୍‌ପି ରାସ୍ତ‌‌ା, ଷ୍ଟେସନ୍‌ରୋଡ୍‌ ମୁଖ୍ୟ ରାସ୍ତା, ମଧୁପାଟଣା-ନୂଆବଜାର, ‌ସତୀଚଉରା-ସେଲ୍‌ଟର ଛକ, ସେଲଟର୍‌ ଛକ-ବିଡ଼ାନାସୀ ରାସ୍ତା, ଦେଉଳସାହି-ଟିଭି ରୋଡ୍‌, ଯୋବ୍ରା-ମଧୁସେତୁ ଭଳି ପ୍ରାୟ ସମସ୍ତ ପୂର୍ତ୍ତ ବିଭାଗ ରାସ୍ତା ଓ ସିଏମ୍‌ସି ରାସ୍ତା ଅବସ୍ଥା ଶୋଚନୀୟ। ଜାଇକା ଓ ପାଣି ପାଇପ୍‌ ବିଛାଇବା ପାଇଁ କଟକ ରାସ୍ତାକୁ ବିପର୍ଯ୍ୟସ୍ତ କରି ଛାଡ଼ି ଦିଆଯାଇଛି। ଗୋଟିଏ ପଟେ କଟକରେ ୫ ହଜାର କୋଟିର ମେଗା ପ୍ରକଳ୍ପ, ଏମ୍‌ସ ପ୍ଲସ୍ ଓ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ପୁରୁଣା ରାସ୍ତାର ସର୍ବନିମ୍ନ ମରାମତି କରି ଯାତାୟାତ ଯୋଗ୍ୟ କରିବା ପାଇଁ ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe