ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ: ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲା ବାଙ୍କୀ କଚେରୀ ପଡିଆ ଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୫କୁ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଦ୍‌ଘାଟନ କରିଛନ୍ତି।

banki

କଳାପଥର: କଟକ ଜିଲ୍ଲା ବାଙ୍କୀ କଚେରୀ ପଡିଆ ଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୫କୁ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ। ସ୍ୱାଧୀନତା ଆନ୍ଦୋଳନ ଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି। ଗୌରବାଜ୍ୱଳ ଅତୀତ ସହ ବର୍ତ୍ତମାନର ପ୍ରଗତିଶୀଳ ଓଡିଶାର ଚିତ୍ରକୁ ଯୁବପିଢ଼ିଙ୍କ ପାଖରେ ଉପସ୍ଥାପନ କରାଇବା ପାଇଁ ବାଙ୍କୀ ମହୋତ୍ସବର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି ମହୋତ୍ସବ ବାଙ୍କୀବାସୀ ଭାଇଭଉଣୀମାନଙ୍କ ମନରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବ ବୋଲି ସେ କହିଥିଲେ। 

କଟକ ସାଂସଦ ଭର୍ତ୍ତୁହରି ମହତାବ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଋଦ୍ଧିମନ୍ତ ଐତିହ୍ୟ ପରମ୍ପରା, ଇତିହାସ, ଭୂଗୋଳରେ ବାଙ୍କୀ ବିଶେଷ ପରିଚିତ ଓ ପ୍ରତିଷ୍ଠା ରହିଛି। ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ ବାଙ୍କୀର ଅବଦାନ ଉଲେଖନୀୟ।  

ବିଧାୟକ ତଥା ମହୋତ୍ସବ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ କହିଲେ ଯେ ବାଙ୍କୀ ହେଉଛି ଜଗତଜନନୀ ମା’ଚର୍ଚ୍ଚିକାଙ୍କ ପୂଣ୍ୟପୀଠ। ବାଙ୍କୀର କ୍ରୀଡା, ସାହିତ୍ୟ, ଐତିହ୍ୟ, କଳା  ସଂସ୍କୃତିକୁ ଉଜ୍ଜିବୀତ କରି ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବାଙ୍କୀ ମହୋତ୍ସବରେ ଏହି ମାଟିକୁ ଗରୀୟାନ କରିବାରେ ଅତୁଳନୀୟ ଅବଦାନ ଥିବା ବୀରାରାଣୀ ଶୁକଦେଈ, ସମାଜ ସଂଗଠକ ଗୋବିନ୍ଦ ରଥ, ଓଡିଆ ସଂସ୍କୃତିର ଦିଗ୍‌ଦର୍ଶନ ନୀଳମଣି ବଦ୍ୟାରତ୍ନ, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାକୁ ଆମେ ସ୍ମରଣ କରିବା।

ସମ୍ମାନିତ ଅତିଥି ଭାବେ ବାଙ୍କୀ ବିକାଶ ମଞ୍ଚ ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ କହିଲେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ଅଶେଷ କରୁଣାରୁ ଆଜି ଏ ମହୋତ୍ସବ ଲୋକ ଉତ୍ସବରେ ପରିଣତ ହୋଇ ସମଗ୍ର ଓଡ଼ିଶାକୁ ଦିଗ୍ ଦର୍ଶନ ଦେଖାଇଛି। ବାଙ୍କୀ ମହୋତ୍ସବ ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ କହିଲେ ଯେ ୨୫ବର୍ଷରେ ମହୋତ୍ସବ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଯୁବକତ୍ୱ ଲାଭ କରିଛି। ବାଙ୍କୀ ଜନତାଙ୍କ ଅପୁରନ୍ତ ସାହାଯ୍ୟ, ସହଯୋଗ ଆଧାରରେ  ଆଜି ସାରା ଓଡ଼ିଶାକୁ ଦିଗ୍‌ଦର୍ଶନ ଦେଖାଇଛି।

Cuttack

ରିପୋର୍ଟ: ମାନସ ରଂଜନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe