କଟକଣା ଜାରି କଲା ସିଏମ୍‌ସି; ବିବାହରେ ୧୦୦, ଶୁଦ୍ଧିକ୍ରିୟା କାର୍ଯ୍ୟରେ ୫୦

ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ: କେଉଁ ବର୍ଗରେ କେତେ ନିଯୁକ୍ତି ସୂଚନା ନାହିଁ

Sambad

କଟକ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ବିଭିନ୍ନ ସମାବେଶ ସମେତ ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି। ଏଣିକି କଟକ ମହାନଗର ନିଗମ ଅଞ୍ଚଳରେ ବିବାହ ଉତ୍ସବରେ ଶହେରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ପୂର୍ବରୁ ବିବାହ ପାଇଁ ୨ ଶହ ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା।

publive-image Sambad

ସେହିପରି ଅନ୍ତିମ ସଂସ୍କାର କିମ୍ବା ଏକାଦଶାହ କାର୍ଯ୍ୟରେ ୫୦ ଜଣ ଲୋକଙ୍କ ସମାବେଶ ପାଇଁ ଅନୁମତି ମିଳିବ। ପୂର୍ବରୁ ଏହି ସଂଖ୍ୟା ୨ଶହ ଥିବାବେଳେ କରୋନା ସଂକ୍ରମଣ ବ୍ୟାପିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ପ୍ରକାର ସମାବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏପରିକି ବାର୍ଷିକ ଉତ୍ସଵ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe