ପୂଜା ପୂର୍ବରୁ ଚକାଚକ ହେବ କଟକ ସହରର ରାସ୍ତା: ମେୟର

ପୂଜା ପୂର୍ବରୁ ଚକାଚକ ହେବ କଟକ ସହରର ରାସ୍ତା: ମେୟର

Sambad

କଟକ: ଦୁର୍ଗାପୂଜା ସମୟରେ ନଥିବ ଜାଇକା ଚିନ୍ତା। ପୂଜା ପୂର୍ବରୁ ଚକାଚକ ହେବ ରାସ୍ତାଘାଟ। ଏପରିକି ଯେଉଁଠି ଜାଇକା ମ୍ୟାନ ହୋଲ, ବିପର୍ଯ୍ୟସ୍ତ ରାସ୍ତା ଘାଟ ରହିଛି ସେଗୁଡିକ କାର୍ଯ୍ୟ ତୁରନ୍ତ ଶେଷ କରାଯିବ। ଏନେଇ ଆଜି କଟକ ମହନଗର ନିଗମରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। କର୍ପୋରେଟର, ଜାଇକା ଅଧିକାରୀଙ୍କ ଉପସ୍ଥିତିରେ ଜାଇକା କାର୍ଯ୍ୟ କେତେ ବାଟ ଆଗେଇଛି ଓ ଏହା କେବେ ଶେଷ ହେବ ସେନେଇ ବୈଠକରେ କର୍ପୋରେଟରଙ୍କ ଉତ୍ତର ରଖିଥିଲେ ଜାଇକା ଅଧିକାରୀ। ବିଶେଷକରି ଦୁର୍ଗାପୂଜା ସମୟରେ ଜାଇକା ଦ୍ୱାରା ସୃଷ୍ଟି ହୋଇଥିବା କୁତ୍ରିମ ଅସୁବିଧାକୁ ଯେପରି ସହରବାସୀ ସମ୍ନା ନ କରିବେ ସେନେଇ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କର୍ପୋରେଟର।

ତେବେ ପୂଜା ସମୟରେ ରାଜ୍ୟର କୋଣଅନୁକୋଣରୁ ଅନେକ ଭକ୍ତ ଶ୍ରଦ୍ଧାଳୁ କଟକ ଆସିବେ। ଯଦି ସେହି ସମୟରେ ଯାଇକାର ଏପରି ଦୃଶ୍ୟ ଦେଖିବେ ତେବେ କଟକ ପ୍ରତି ଯେଉଁ ଶ୍ରଦ୍ଧା ଓ ଭଲ ପାଇବା ରହିଛି ତାହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। ତେଣୁ ଏହାକୁ ନଜରରେ ରଖି ପୂଜା ସମୟରେ ଜାଇକା ଚିନ୍ତା ରହିବନି ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା କଟକରୁ ଜାଇକା କାମ ଶେଷ ହେବା ନେଇ ଲକ୍ଷ ରଖାଯାଇଥିବା କହିଛନ୍ତି ମେୟର ଓ ଜାଇକା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe