କଟକ: ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରକୁ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ କରିଛି କଟକ ମହାନଗର ନିଗମ(ସିଏମ୍ସି) । ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରରେ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । କୋଚିଂ ସେଣ୍ଟରର କ୍ଲାସରେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସି ପାଠ ପଢୁଥିଲେ ବୋଲି ଅଭିଯୋଗ ଆସିବା ପରେ ସିଏମ୍ସି ଏହି ପଦକ୍ଷେପ ଗ୍ରହଣ କରିଛି।
ଅଭିଯୋଗ ଆସିବା ପରେ ସେଣ୍ଟରରେ ଚଢ଼ାଉ କରି ସିଲ କରିଛି ସିଏମସି ସ୍କ୍ୱାର୍ଡ । ଏଥିସହ ଅରୁଣଦୋୟ ମାର୍କେଟରେ ଥିବା ଅନ୍ୟ କାର୍ଯ୍ୟାଳୟ ଓ କୋଚିଂ ସେଣ୍ଟର ବୁଲି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ହେଉଛି ନା ନାହିଁ ଯାଞ୍ଚ୍ କରିଛନ୍ତି ସିଏମସି କର୍ମଚାରୀ ।
Follow Us