ବାଲିପୁଟ ପର୍ଯ୍ୟଟନସ୍ଥଳୀ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ; ୮ରେ ମୁଖ୍ୟମନ୍ତ୍ରୀ  କରିବେ ଲୋକାର୍ପଣ

ବାଲିପୁଟ ପର୍ଯ୍ୟଟନସ୍ଥଳୀ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ; ୮ରେ ମୁଖ୍ୟମନ୍ତ୍ରୀ  କରିବେ ଲୋକାର୍ପଣ

Sambad

ନରସିଂହପୁର: ନରସିଂହପୁର ବ୍ଲକ କମଳାଡ଼ିହ ପଞ୍ଚାୟତ ଅନ୍ତର୍ଗତ ବାଲିପୁଟସ୍ଥିତ ୟୁକୋ ଟ୍ୟୁରିଜିମ ପର୍ଯ୍ୟଟନସ୍ଥଳୀର କାର୍ଯ୍ୟ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବୁଲି ତଦାରଖ କରିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଏହାର ଲୋକାର୍ପଣ କରିବେ ବୋଲି ଜିଲ୍ଲାପାଳ ଏହି ଅବସରରେ ସୂଚନା ଦେଇଛନ୍ତି। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ମନୋଜ୍ଞ ପାର୍କ, ପର୍ଯ୍ୟଟକଙ୍କ ରାତ୍ରିଯାପନ ସ୍ଥଳୀ, ବଣଭୋଜି ନିମିତ୍ତ ଟେଣ୍ଟ୍‌ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟକମାନଙ୍କ ପାଇଁ ୩୩ଟି ଟେଣ୍ଟ୍‌, ଦୁଇଟି ଡିଲକ୍ସ୍‌ ଟେଣ୍ଟ୍‌, ସଭାଗୃହ, ରେଷ୍ଟୁରାଣ୍ଟ୍‌, ସଭାଗୃହ, ଅଭ୍ୟର୍ଥନା ପ୍ରକୋଷ୍ଠ ଆଦି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ସ୍ଥାନଟି ପୂଣ୍ୟତୋୟା ମହାନଦୀର କୂଳରେ ଅବସ୍ଥିତ। ଏହାର ମନୋରମ ଦୃଶ୍ୟ ପର୍ଯ୍ୟଟକମାନଙ୍କ ମନ ଆକୃଷ୍ଟ କରିଥାଏ। ଏଠାରେ ପର୍ଯ୍ୟଟକମାନେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ମନୋରମ ପରିବେଶ ମଜ୍ଜା ନେଇପାରିବେ। ଚଳିତମାସ ୮ତାରିଖରେ ଏହି ପର୍ଯ୍ୟଟନସ୍ଥଳୀ ଲୋକାର୍ପଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅବଦଲ ଅଖତର୍‌, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ପ୍ରଦୀପ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା, ଅନୁଗୁଳ ବନ୍ୟଜନ୍ତୁ ସଂରକ୍ଷଣ ଡିଏଫ୍‌ଓ ରାମସ୍ୱାମୀ, ଅନୁଗୁଳ ତହସିଲଦାର, ବିଡିଓ, ହିନ୍ଦୋଳ, ଗଣିଆ, ଆଠମଲ୍ଲିକ ବିଡିଓ, ବନବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe