କଟକ ସହରରେ ପ୍ରଥମ ଥର ଖୋଲିବ କମନ୍‌ ସର୍ଭିସ ସେଣ୍ଟର; ଗୋଟିଏ ଛାତ ତଳେ ମିଳିବ ସିଏମ୍‌ସିର ସବୁ ସେବା

Advertisment
ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ: କେଉଁ ବର୍ଗରେ କେତେ ନିଯୁକ୍ତି ସୂଚନା ନାହିଁ

Sambad

କଟକ: କଟକ ମହାନଗର ନିଗମ ପକ୍ଷରୁ ସହରରେ ପ୍ରଥମ କରି ଖୋଲିବାକୁ ଯାଉଛି ନିଗମର ଶାଖା କାର୍ଯ୍ୟାଳୟ (କମନ୍‌ ସର୍ଭିସ ସେଣ୍ଟର ବା ମ୍ୟୁନିସିପାଲ ସର୍ଭିସ ପାଭିଲିୟନ୍‌)। ଯେଉଁଠାରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସିଏମ୍‌ସିର ସମସ୍ତ ସେବା ଓ ସୁବିଧା ଯୋଗାଇ ଦିଆଯିବ। ଲୋକଙ୍କୁ ଆଉ ନିଗମର ବିଜୁ ଭବନ କିମ୍ବା ବିକାଶ ଭବନକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଟାଉନ ହଲ୍‌ ନିକଟରେ ସିଏମସିର ପ୍ରଥମ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ କାମ ଆରମ୍ଭ ହୋଇଛି। ସହରର ୩ଟି ସ୍ଥାନରେ ୩ଟି ଶାଖା କାର୍ଯ୍ୟାଳୟ କରିବାକୁ ମହାନଗର ନିଗମ ପକ୍ଷରୁ ଯୋଜନା ରଖାଯାଇଛି। ସହରବାସୀଙ୍କ ସୁବିଧା ପାଇଁ ମହାନଗର ନିଗମ ପକ୍ଷରୁ ସହରର ୩ଟି ସ୍ଥାନରେ ସିଏମସିର ୩ଟି ଅତ୍ୟାଧୁନିକ ଶାଖା କାର୍ଯ୍ୟାଳୟ ଖୋଲିବାକୁ ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନିଗମ ତରଫରୁ ଟାଉନ୍‌ହଲ୍‌ସ୍ଥ ଚନ୍ଦନ ପୋଖରୀ ପାଖରେ ଥିବା ପାର୍କ ପରସିରକୁ ଲାଗିକି ସିଏମସିର କୋଠାରେ ଏହାକୁ ଖୋଲାଯିବ। ଏଥିପାଇଁ ଉକ୍ତ କୋଠାଗୁଡିକ ଶାଖା କାର୍ଯ୍ୟାଳୟ ପାଇଁ ପ୍ରସ୍ତୁତ କରିବାକୁ କାମ ଆରମ୍ଭ ହୋଇଛି। ଉକ୍ତ ଶାଖା କାର୍ଯ୍ୟାଳୟରେ ‌ସିଏମସିର ବିଭିନ୍ନ ବିଭାଗର କାମ କରାଯିବ।

କମନ୍‌ ସର୍ଭିସ୍ ସେଣ୍ଟର୍‌ରେ ୭ଟି କାଉଣ୍ଟର ରହିବ। ଯେଉଁଠାରେ ହୋଲଡିଂ ଟିକସ ଆଦାୟ, ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ, ୟୁଜର୍ସ ଫି୍‌ ଆଦାୟ, ପ୍ଲାନିଂ, ଜନ୍ମ-ମୃତ୍ୟୁ ଓ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିବା ଓ ପ୍ରମାଣପତ୍ର ମିଳିବା ସହ ଅନ୍ୟାନ୍ୟ ସମସ୍ତ ସେବା ମିଳିବ। ଶାଖା କାର୍ଯ୍ୟାଳୟରେ ସିଙ୍ଗିଲ୍‌ ଉଇଣ୍ଡୋରେ ସବୁ କାମ କରାଯିବା ସହ ସମସ୍ତ ବିଷୟକୁ ଡିଜିଟାଇଜେସନ୍‌ କରାଯିବ। ଏହା ସହ ଏଠା‌ରେ ଲୋକଙ୍କ ବସିବା ପାଇଁ ପ୍ରତୀକ୍ଷା ପ୍ରକୋଷ୍ଠ, ପିଇବ‌ା ପାଣି, ଶୌଚାଳୟ ପରି ମୌଲିକ ସୁବିଧାର ବ୍ୟବସ୍ଥା କରାଯିବ। ଗୋଟିଏ ଛାତ ତଳେ ସହରବାସୀଙ୍କୁ ମହାନଗର ନିଗମର ସମସ୍ତ ସୁବିଧା ଓ ସେବା ଯୋଗାଇ ଦିଆଯିବ। ସେମାନଙ୍କୁ ଆଉ ବାରମ୍ବାର ବିଜୁ ଭବନ କିମ୍ବା ବିକାଶ ଭବନ ଦୌଡିବାକୁ ପଡିବ ନାହିଁ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୨୦୧୯ ସେପ୍ଟେମ୍ବର ୧୬ରେ ବିଜୁଭବନ ପରିଦର୍ଶନରେ ଆସି ସହରରେ ସିଏମସିର ୩ଟି ଶାଖା କାର୍ଯ୍ୟାଳୟ କରିବାକୁ ଘୋଷଣା କରିଥିଲେ। ମାତ୍ର ନିଗମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଦେଢ଼ବର୍ଷରୁ ଅଧିକ ସମୟ ଲାଗିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe