ବାଲି ମାଫିଆଙ୍କୁ ଲଗାମ ନାହିଁ; ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ...

Advertisment

ଦିନରାତି ବାଲି ଉଠାଣ, ପାଲ ନ ଘୋଡ଼େଇ ଗାଡ଼ିରେ ବାଲି ପରିବହନ

ଦିନରାତି ବାଲି ଉଠାଣ, ପାଲ ନ ଘୋଡ଼େଇ ଗାଡ଼ିରେ ବାଲି ପରିବହନ

ବାଲି ମାଫିଆଙ୍କୁ ଲଗାମ ନାହିଁ; ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ...

Sambad

କଟକ-ବିଦ୍ୟାଧରପୁର: କାଠଯୋଡିର ସାର୍ତ୍ତୋଳ ଓ କହ୍ନେଇପୁର ମହାନଦୀରୁ ଦୈନିକ ଶତାଧିକ ଟ୍ରିପ ବାଲି ଉଠାଇ ବାଲି ମାଫିଆ ମାନେ ଏବେ ମାଲେମାଲ। ବାଲି ମାଫିଆ ମାନେ ଏଭଳି ଢ଼ଙ୍ଗରେ ସକ୍ରିୟ ହେଲେଣି ଯେ ପୁଲିସ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। କାଠଯୋଡ଼ିର ସାର୍ତ୍ତୋଳଠାରେ ବାଲି ମାଫିଆ ମାନେ ବାଲି ଉଠାଇ କଟକରୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରକୁ ଚାଲାଣ କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। କରୋନା ଆଳରେ ସାର୍ତ୍ତୋଳ ଘାଟକୁ ପ୍ରଶାସନ ନିଲାମ କରୁ ନଥିବା ବେଳେ ବାଲି ମାଫିଆ ଏହାର ସୁଯୋଗା ନେଉଛନ୍ତି।

ବାଲିମାଫିଆ ଗୋଟିଏ ଟ୍ରିପ ଟ୍ରାକ୍ଟର ବାଲିକୁ ୯୦୦ ଟଙ୍କା, ଟ୍ରକ ବାଲି ୨୦୦୦ ଟଙ୍କା ଓ ହାଇୱ ପିଛା ବାଲି ୫୦୦୦ ଟଙ୍କା ନେଉଛନ୍ତି। ଦୈନିକ ପାଖାପାଖି ୩୦୦ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୁଲିସ କିମ୍ବା ପ୍ରଶାସନ ଜାଣି ଅଜଣା ରହୁଛି। ସେହିପରି କ‌ହ୍ନେଇପୁର ନିକଟରୁ ମହାନଦୀ ବାଲି ରାତିରେ ଟ୍ରାକ୍ଟର ସାହାଯ୍ୟରେ ଉଠି ନେହେରୁ କଲୋନୀ ସ୍ଥିତ ଅନାଥାଶ୍ରମର ପାଚେରୀ ପାର୍ଶ୍ବରେ ଗଦା ହେଉଛି। ସେଠୁ ମାଫିଆ ବାଲି ବିକୁଛନ୍ତି। ମହାନଦୀ ବନ୍ଧର ଦକ୍ଷିଣରେ ବନ୍ଧ ଠାରୁ ନଦୀ କୂଳ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ପାଚେରୀ। ସମ୍ମୁଖରେ ବଡଗେଟ ଲାଗିଛି। ପଛପଟେ ବାଲିଗଡା ହୋଇ ଟ୍ରାକ୍ଟରରେ ବାଲିବୁହା ଚାଲିଛି।

publive-image Sambad

ଏହି ବାଲି ଚୋରାଚାଲାଣ ଦୀର୍ଘ ୧୦ ବର୍ଷ ହେବ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାଲି ବୋଝେଇ ଗାଡିରେ ପାଲ ଘୋଡେ଼ଇ ଆଣିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି। କିନ୍ତୁ ଏହି ନିୟମକୁ ଉଲ୍ଲଂଘନ କରି ଗାଡ଼ିରେ ପାଲ ନଘୋଡେଇ ବାଲି ବୋଝେଇ ଗାଡି ବିନା ଦ୍ବିଧାରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ବାଲି ଗାଡିରୁ ବାଲିଉଡି ରାସ୍ତା ସାରା ବାଲି ସହିତ ଜନସାଧାରଣଙ୍କ ଚଳପ୍ରଚଳରେ ସମାସ୍ୟା ହେଉଛି ବୋଲି ଅଭିଯୋଗ ହୋଇଛି। ବାଲି ଚୋରା ଚାଲାଣ ଯୋଗୁଁ ସରକାର ଲକ୍ଷଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe