ସନ୍ତୋଷଟ୍ରଫି ଖେଳାଳି ବିଜୟଙ୍କ ଦୟନୀୟ ସ୍ଥିତି; ମୂଲ ଲାଗି ଘର ଚଳାଉଛନ୍ତି

Advertisment
ସନ୍ତୋଷଟ୍ରଫି ଖେଳାଳି ବିଜୟଙ୍କ ଦୟନୀୟ ସ୍ଥିତି; ମୂଲ ଲାଗି ଘର ଚଳାଉଛନ୍ତି

ବୟାଳିଶମୌଜା: କଟକ ସଦର ବକ୍ଲ ୪୨ମୌଜା କଳପଡ଼ା ପଚାଂୟତ ଅନ୍ତର୍ଗତ ଦହିଗାଁ ଗ୍ରାମର ବିଜୟ କୁମାର ଦାସ (୩୪) ହେଉଛନ୍ତି ଜାତୀୟସ୍ତରର ଫୁଟବଲ ଖେଳାଳି। ସନ୍ତୋଷ ଟ୍ରଫିରେ ଓଡ଼ିଶା ଟିମ୍‌ରେ ପ୍ରତିନିଧିତ୍ବ କରିଥିବା ଏହି ଖେଳାଳି ଏବେ ମୂଲଲାଗି ଘର ଚଳାଉଛନ୍ତି। ବିଜୟଙ୍କ ଘରେ ଶୋଭା ପାଉଥିବା ମାଳମାଳ ସାର୍ଟିଫିକେଟ୍, ଫୁଟବଲ ଜର୍ସି, ପୁରସ୍କାର ଟ୍ରଫି ଏବେ ତାଙ୍କ ପାଇଁ ଅଲୋଡା ହୋଇଯାଇଛି। ଖାନନଗର ମା'ମଙ୍ଗଳା କ୍ଲବ୍‌ର କୋଚ୍‌ ଜନାର୍ଦ୍ଦନ ଜେନା ଓ ଜ୍ଞାନ ସାର୍‌ଙ୍କ ପାଖରେ ଫୁଟବଲ ଖେଳିବା ଆରମ୍ଭ କରିଥିବା ବିଜୟ ୨୦୦୮ ମସିହାରେ ଓଡ଼ିଶା ଦଳରେ ସୁଯୋଗ ପାଇ ସର୍ବଭାରତୀୟ ସନ୍ତୋଷ ଟ୍ରଫି ଖେଳି ଥିଲେ। ଜାତୀୟସ୍ତରର ଏହି ପ୍ରତିଯୋଗିତାରେ ବିଜୟଙ୍କ ଗୋଲରେ ଓଡ଼ିଶା ଦଳ ବିଜୟୀ ହୋଇଥିଲା।

ପରେ ୨୦୧୩ରେ ମଧ୍ୟ ସନ୍ତୋଷଟ୍ରଫିରେ ସେ ଓଡ଼ିଶା ଦଳର ସଦସ୍ୟ ଥିଲେ। ୧୦ ଜଣ ସଦସ୍ୟଙ୍କୁ ନେଇ ବିଜୟଙ୍କ ପରିବାର। ବର୍ତ୍ତମାନ ସମୟରେ ତାଙ୍କର ପରିବାର ଚଳାଇବା କଷ୍ଟକର ହୋଇ ପଡିଥିବା ବେଳେ ସେ କିଛି ଜମି ଭାଗଚାଷ କରୁଥିବା ବେଳେ ଅନ୍ୟ ଜମିରେ ମୂଲଲାଗି ଦୁଖକଷ୍ଟରେ ଗୁଜୁରାଣ ମେଣ୍ଟାଉଛନ୍ତି। ରାଜ୍ୟସ୍ତରୀୟ ଜଣେ ଫୁଟବାଲ୍ ଖେଳାଳିଙ୍କ ଏଭଳି ଦୁର୍ଦ୍ଦଶାରେ ସରକାର ସହାୟତାର ହାତ ବଢାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe