ଶବ ସତ୍କାରକୁ ନେଇ ସତୀଚୌରାରେ ଗଣ୍ଡଗୋଳ; ପ୍ରମାଣପତ୍ର ନଥିବା ଶବ ପୋଡ଼ିବାକୁ ଅଧିକାରୀଙ୍କ ନାଲି ଆଖି

Advertisment
ଶବ ସତ୍କାରକୁ ନେଇ ସତୀଚୌରାରେ ଗଣ୍ଡଗୋଳ; ପ୍ରମାଣପତ୍ର ନଥିବା ଶବ ପୋଡ଼ିବାକୁ ଅଧିକାରୀଙ୍କ ନାଲି ଆଖି

Sambad

କଟକ: କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ଜଣେ ଆକ୍ରାନ୍ତଙ୍କ ଶବ ସତ୍କାରକୁ ନେଇ ସତୀଚୌରା ଶ୍ମଶାନରେ ଗଣ୍ଡଗୋଳ ଘଟିଛି। ଶବ ସତ୍କାର ଦାୟିତ୍ବ ନେଇଥିବା ଅନୁଷ୍ଠାନ ସଦସ୍ୟ ଓ ସିଏମ୍‌ସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ ଅଧିକାରୀଙ୍କ ପାଟିତୁଣ୍ଡ ହୋଇଛି। ଆଠଗଡ ଜିମସାରରେ କରୋନରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବ ସତ୍କାରକୁ ନେଇ ଏଭଳି ଘଟିଛି। କୋଭିଡ ମୃତକଙ୍କ ଶବ ସତ୍କାର ପାଇଁ ମୃତ୍ୟୁ ପ୍ରମାଣପତ୍ର, କ୍ରିଟିଂ ଡିଟେଲ୍ସ ଓ ଶବ ସତ୍କାର ପାଇଁ ସରକାରୀ ଅନୁମତି ଥିବା ନିହାତି ଆବଶ୍ୟକ।

ମାତ୍ର ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ନିକଟରେ କ୍ରିଟିଂ ‌ଡିଟେଲ୍ସ ଓ କୋଭିଡ ଶ୍ମଶାନରେ ଶବ ସତ୍କାର ପାଇଁ ସରକାରୀ ଅନୁମତି ନଥିଲା। ଅନୁମତି ନଥିବାରୁ ଅନୁଷ୍ଠାନର ସଦସ୍ୟ ଶବ ସତ୍କାର ପାଇଁ ମନା କରିଥିଲେ। ଖବର ପାଇ ସିଏମ୍‌ସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧିକାରୀ ସତୀଚୌରାରେ ପହଞ୍ଚି ଶବ ପୋଡ଼ିବା ଦାୟିତ୍ବ ନେଇଥିବା ଅନୁଷ୍ଠାନର ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏପରିକି ‌ଶବ ପୋଡ଼ିବା, ପିପିଇ କିଟ୍‌, କାଠ ପାଇଁ ଅନୁଷ୍ଠାନ ପକ୍ଷରୁ ଅଧିକ ଟଙ୍କା ମଗାଯାଉ ଥିବାରୁ ଏହା ଉପରେ ସେ କାର୍ଯ୍ୟାନୁଷ୍ଠନ ‌ନେବେ ବୋଲି ଧମକ ଦେଇଥିଲେ। ଗଣ୍ଡଗୋଳ ବଢିବାରୁ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିବାଦର ସମାଧାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe