ଆଜି କାର୍ତ୍ତିକ ତୃତୀୟ ସୋମବାର: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼

Advertisment
ଆଜି କାର୍ତ୍ତିକ ତୃତୀୟ ସୋମବାର: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼

ଖୁଣ୍ଟୁଣୀ: ଧର୍ମମାସ କାର୍ତ୍ତିକର ଆଜି ତୃତୀୟ ସୋମବାର। ଆଜି ବି ଗତ ଦୁଇ ସୋମବାର ଭଳି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ  ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ଠାକୁରଙ୍କ ନୀତିପାଳିଆ କୁଳମଣି ପତ୍ରିଙ୍କ ଦ୍ୱାରା ଭୋର୍‌ ୪ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ଠାକୁରଙ୍କ ପହଡ଼ ଖୋଲା ଯାଇଥିଲା। ପରେ ମଙ୍ଗଳ ଆଳତି, ଚନ୍ଦନ ଅଗୁର ସମେତ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ନଦୀଜଳରେ ପ୍ରଭୁଙ୍କ ସ୍ନାନ ଓ ମାର୍ଜନା କରାଯାଇ ବଲ୍ଲଭ ଭୋଗ, ମଙ୍ଗଳାର୍ପଣ ଖେଚୁଡ଼ି ଭୋଗ ଲାଗି କରାଯାଇ ଆଳତି କରାଯାଇଥିଲା। କାର୍ତ୍ତିକ ସୋମବାରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ସମ୍ପନ୍ନ ହେବା ପରେ ଠାକୁରଙ୍କ ନିକଟରେ ଦୈନନ୍ଦିନ ନୀତିଭୋଗ ଲାଗି ହୋଇଥିଲା। ପ୍ରତ୍ୟୁଷ ୫ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା। କାର୍ତ୍ତିକ ମାସ ସୋମବାର ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ପୀଠରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ।  ଶ୍ରଦ୍ଧାଳୁ ମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱର ଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

publive-image Sambad

ସନ୍ଧ୍ୟାରେ ଠାକୁରଙ୍କ ପୁନଃ ସ୍ନାନ, ଫୁଲଚନ୍ଦନ ଲାଗି, ବାଳଭୋଗ ଅର୍ପଣ ଓ ସନ୍ଧ୍ୟା ଆଳତି ପରେ ପୀଠରେ ଧବଳେଶ୍ୱରଙ୍କ ପଞ୍ଚାନନ ମେଳା ଅନୁଷ୍ଠିତ ହେବ। ପୀଠର ମୁଖ୍ୟ ପ୍ରବେଶପଥ, ଝୁଲାପୋଲ, ଦୀପଷ୍ଟାଣ୍ଡ, ଭୋଗମଣ୍ଡପରେ ମଧ୍ୟ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ଦର୍ଶନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe