ମରିଯାଉଛି ମାନବିକତା : କରୋନା ସଂକ୍ରମିତ ଅଛୁଆଁ, ରୋଗୀଙ୍କ ଉପରକୁ ଫିଙ୍ଗା ଯାଉଛି ଖାଦ୍ୟ

Advertisment
ମରିଯାଉଛି ମାନବିକତା : କରୋନା ସଂକ୍ରମିତ ଅଛୁଆଁ, ରୋଗୀଙ୍କ ଉପରକୁ ଫିଙ୍ଗା ଯାଉଛି ଖାଦ୍ୟ

କରୋନା ଆଳରେ ମାରି ଦିଆଯାଉଛି ମାନବିକତାକୁ। ‌କରୋନା ସଂକ୍ରମିତ ଓ ମୃତକଙ୍କୁ ନେଇ ଅନେକ ଘଟଣା ପ୍ରତିଦିନ ରାଜ୍ୟରେ ଘଟୁଛି ଅପ୍ରୀତିକର ଘଟଣା। ହେଲେ ଖୋଦ୍‌ ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ, କଟକ ବଡ଼ ଡାକ୍ତରଖାନାରେ କରୋନା ସଂକମିତ ଓ ସନ୍ଦିଗ୍ଧଙ୍କ ଚିକିତ୍ସା କିପରି ଚାଲିଛି ତାର ବିକ‌ଳ ଚିତ୍ର ଏବେ ସାମ୍ନାକୁ ଆସିଛି। ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ ଅଛୁଆଁ ଭଳି ବ୍ୟବହାର କରୁଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ। ରୋଗୀଙ୍କ ଉପରକୁ ଖାଦ୍ୟ ଫିଙ୍ଗାଯାଉଥିବା ଭଳି ଦେଖିବାକୁ ମିଳିଛି।

publive-image

‌ସଂକ୍ରମିତ ଚିହ୍ନଟ ପରେ ବି ଦିନ ଦିନ ଧରି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉନି ସଂକ୍ରମିତଙ୍କୁ। ଅକ୍ସିଜେନ୍‌ ମାସ୍କ୍‌ ପିନ୍ଧିଥିବା ଗୁରୁତର ସଂକ୍ରମିତଙ୍କ ଉପରକୁ ଖାଦ୍ୟ ଫୋପାଡ଼ି ଖାଇବାକୁ ଦେଉଛନ୍ତି ପିପିଇ କିଟ୍‌ ପିନ୍ଧିଥିବା କର୍ମଚାରୀ। ଆଇସୋଲେସନ୍‌ ୱାର୍ଡ ବାହାରେ ତଳେ ଗଡୁଛନ୍ତି ରୋଗୀ। ସେମାନେ ଯେଉଁ ଆଇ‌ସୋଲେସନ୍‌ ୱାର୍ଡରେ ରହୁଛନ୍ତି; ତାହା ଅଳିଅ‌ା, ଆବର୍ଜନାରେ ଭର୍ତ୍ତି। ବେଡ୍‌ସିଟ୍‌ ଖଣ୍ଡିଏ ବି ବେଡ୍‌ରେ ପକାଯାଉନି। ଏପରିକି ପୂର୍ବ ସଂକ୍ରମିତ ଚିକିତ୍ସିତ ହୋଇଥିବାବେଳେ ସେହି ସମୟରୁ ସେଭଳି ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ ସେହିଭଳି ପଡିଛି ୱାର୍ଡରେ। ଅନ୍ୟପଟେ ୱାର୍ଡ ବାହାରେ ବାରଣ୍ଡାରେ ଦୁଇଜଣ ସନ୍ଦିଗ୍ଧ ତଳେ ପଡ଼ିଥିଲେ ମଧ୍ୟ ସେମାନଙ୍କ ଚିକିତ୍ସା ପ୍ରତି ଯେପରି ସମସ୍ତେ ଆଖି ବୁଜି ଦେଇଛନ୍ତି। ଗୋଟିଏ ପଟେ ସରକାର କରୋନା ମୁକାବିଲା ପାଇଁ ଅନେକ ଯୋଜନା କରୁଥିବା କହୁଥିବାବେଳେ ଏସ୍‌ସିବିରେ ଏହିଭଳି ଅବସ୍ଥା ସାମ୍‌ନାକୁ ଆସିଛି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି। କରୋନା ସଂପର୍କରେ ଯାହା କିଛି ସୂଚନା ତାହା ଭୁବନେଶ୍ବରରୁ ଦିଆଯିବ ବୋଲି ସେ କହିଛନ୍ତି।
– କଟକରୁ ସୀମନ୍ତିକା ନନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe