କଟକ ବଣିକ ସଂଘ ପକ୍ଷରୁ ମାଲଗୋଦାମରେ ଅପମିଶ୍ରଣ ଖାଦ୍ୟ ଯାଞ୍ଚ ପାଇଁ ବୈଠକ

Advertisment
ଭଦୀମୂଳରେ ବେଆଇନ ମସଲା କାରଖାନା ଠାବ, ମାଲିକ ଗିରଫ

Sambad

କଟକ: କଟକ ବଣିକ ସଂଘ ପକ୍ଷରୁ ଜରୁରୀକାଳୀନ ବୈଠକ ମାଲଗୋଦାମର ସମସ୍ତ ବ୍ୟବସାୟୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କିଛି ଅପମିଶ୍ରଣକାରୀ ବ୍ୟବସାୟୀଙ୍କ ବିଷୟରେ ଆଲୋଚନା କରାଯିବା ସହ ସଂଘର ୧୩ ଜଣ ସଭ୍ୟଙ୍କୁ ନେଇ ଏକ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡ ଆସନ୍ତା ୭ ତାରିଖ ସୋମବାର ଦିନ ଠାରୁ ମାଲଗୋଦାମର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ତଦାରଖ କରିବା ପାଇଁ କାର୍ଯ୍ୟକାରୀ ହେବ।

ଯଦି କୌଣସି ବ୍ୟବସାୟୀ ଅପମିଶ୍ରଣ କିମ୍ବା ନକଲି ସାମଗ୍ରୀ ବିକ୍ରି ବା ତିଆରି କରିବା ପ୍ରମାଣ ମିଳେ ତେବେ ସଂଘ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ବୈଠକରେ ସଂଘର ଉପସଭାପତି କମଲ କୁମାର ଅଗ୍ରୱାଲ, ବିଜୟ କୁମାର ସାହୁ, ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ, ଯୁଗ୍ମ ସମ୍ପାଦକ ସୁନିଲ କୁମାର ପାତ୍ର, ପୁର୍ବତନ ସମ୍ପାଦକ ରାଜକିଶୋର ରାଉତ, ଖୁଚୁରା ବ୍ୟବସାୟୀ ସଂଘର ସଭାପତି ବିନୋଦ ଚନ୍ଦ୍ର ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe