ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ

ଝୁଲି ରହିଲା ରାଉରକେଲା ମହାନଗର ନିର୍ବାଚନ, ସରକାରଙ୍କର ଆନ୍ତରିକତା ନାହିଁ!

India Legal

କଟକ: କଟକ ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ। ମୂର୍ତ୍ତିକୁ ସୁରକ୍ଷା ଦେବାକୁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଳ ତେଲେଙ୍ଗା ବଜାର ଓ ପିରିଙ୍ଗି ବଜାର ପୂଜା କମିଟି ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମୂର୍ତ୍ତି ଉଚ୍ଚତା ପ୍ରସଂଗ ନେଇ ପୁଲିସ୍‌ କମିସନରଙ୍କ କ୍ଷମତା ପ୍ରସଂଗରେ ଜବାବ ମାଗିଛନ୍ତି କୋର୍ଟ। ପୂଜା କମିଟି ପକ୍ଷରୁ ଲଢୁଥିବା ଆଇନଜୀବୀ ‌ଅଶୋକ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣ‌ାଣି ଆସନ୍ତା ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ,  ପୁଲିସ କମିସନର ସେପ୍ଟେମ୍ବର ୧୭ରେ ଦଶହରାରେ ଦୂର୍ଗା ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପାଇଁ ଜାରି କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ବାଲୁବଜାର ପୂଜା କମିଟି, ଫିରିଙ୍ଗିବଜାର ପୂଜା କମିଟି ଓ ତଳ ତେଲେଙ୍ଗାବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

publive-image
Facebook

ଏହି ସବୁ ପୂଜା କମିଟି ପକ୍ଷରୁ ଅଭିଯୋଗରେ କୁହାଯାଇଥିଲା ଯେ ପୁଲିସ କମିସନର ସେପ୍ଟେମ୍ବର ୧୭ରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପ୍ରସଂଗରେ ଯେଉଁ ନି‌ର୍ଦ୍ଦେଶ ଦେଇଥିଲେ ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂଜା ମଣ୍ଡପମାନେ ନିଜର ମୂର୍ତ୍ତି ନିର୍ମାଣ ସ୍ଥିତି ସଂପର୍କରେ ପୁଲିସ କମିସନରଙ୍କୁ ଅବଗତ କରିବେ ଏବଂ ଏହି ପ୍ରସଂଗରେ କମିସନର ବିଚାର କରି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସେପ୍ଟେମ୍ବର ୧୬ରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବାଲୁବଜାର ସହିତ ଆଉ କେତେକ ପୂଜା କମିଟି ଏ ନେଇ ରିଭ୍ୟୁ ପିଟିସନ ଦାୟର କରିଥିଲେ। ସେପ୍ଟେମ୍ବର ୧୭ରେ ପୁଲିସ କମିସନର ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଲୁବଜାର ଓ ଅନ୍ୟ ପୂଜା ମଣ୍ଡପଗୁଡିକୁ ପୂର୍ବ ବର୍ଷ ଭଳି ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ପ୍ରଦାନ କରି ନଥିଲେ ପୁଲିସ କମିସନର। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ନିୟମାବଳୀ ଆସିବା ପୂର୍ବରୁ ରାଧାଷ୍ଟମୀରୁ ମାଟି ଅନୁକୂଳ କରାଯାଇ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା। ମୂର୍ତ୍ତି ନିର୍ମାଣ କାମ ବହୁ ବାଟ ଆଗେଇ ଯାଇ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe