ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

Advertisment
ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି।

ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର ବ୍ରିଜକୁ ଟାର୍ଗେଟ କରୁଥିଲେ ଲୁଟେରା। ତଳେ ରେଳଧାରଣା କଡ଼ରେ ଛିଡା ହୋଇ ରେଳଯାତ୍ରୀଙ୍କୁ ବାଡ଼ିରେ ପ୍ରହାର କରୁଥିଲେ। ଖସି ପଡ଼ୁଥିଲା ଫୋନ। ଏହି ପରି ଭାବେ ଚାଲିଥିଲା ଲୁଟ୍‌।

ଗ୍ୟାଙ୍ଗର ମୁଖ୍ୟକୁ ପୁଲିସ୍‌ ଧରିବା ପରେ ଏବେ ଅନ୍ୟ ସଦସ୍ୟଙ୍କୁ ଖୋଜୁଛି । ଏକ ସାମ୍ବାଦିକ ସମ୍ମିଳନୀରେ କଟକ ରେଳବାଇ ଡିଏସପି ରଣଜିତ ନାୟକ ଏନେଇ ସୂଚନା ଦେଇଛନ୍ତି। ତେବେ ଅନେକ ଦିନ ଧରି ଏପରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା ବିନୋଦ। ଯାହାକୁ ଟ୍ରାକ କରିବା ପାଇଁ ଦୀର୍ଘ ଦିନ ଧରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ରେଳବାଇ ପୁଲିସ। ତେବେ ଆଜି ବିନୋଦକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ। ପୂର୍ବରୁ ବିନୋଦ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe