ଲାଞ୍ଚ ନେବା ବେଳେ କଟକ ସଦର ବ୍ଲକ୍‌ କୋର୍ଡିିନେଟର୍‌ ଗିରଫ

Advertisment
ଲାଞ୍ଚ ନେବା ବେଳେ କଟକ ସଦର ବ୍ଲକ୍‌ କୋର୍ଡିିନେଟର୍‌ ଗିରଫ

କଟକ : ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ମଂଜୁର କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି କଟକ ସଦର ବ୍ଲକ୍‌ କୋର୍ଡିନେଟର୍‌ ସନ୍ତୋଷ କୁମାର କର। ମହାନଦୀବିହାର ସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌-୧ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଶ୍ରୀ କର ଉରାଳି ନରସିଂହପୁର ଅଞ୍ଚଳର ମୀନକେତନ ତ୍ରିପାଠୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି।

ଉରାଳି ଅଞ୍ଚଳର ୧୪ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଶୌଚାଳୟ ମିଳିଥିବା ବେଳେ ତାହା ମଂଜୁର କରିବା ଏବଂ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଶ୍ରୀ କର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କଲ୍ୟାଣୀନଗରରେ ଥିବା ଏକ କୋଚିଂ ସେଣ୍ଟର ଭିତରେ ଟଙ୍କା ଦେବାକୁ କହିଥିଲେ। ଏ ସଂପର୍କରେ ମୀନକେତନ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଯୋଜନା ଅନୁଯାୟୀ କେମିକାଲ୍‌ ବୋଳା ଟଙ୍କା ଧରି ମୀନକେତନ ଅପରାହ୍ନ ସାଢେ ଚାରିଟାରେ କୋଚିଂ ସେଣ୍ଟର ଭିତରେ ଶ୍ରୀ କରଙ୍କୁ ଦେଇଥିଲେ। ଶ୍ରୀ କର ଟଙ୍କା ଗଣି ତାହାକୁ ଟେବୁଲ୍‌ ଡ୍ରରେ ରଖିଥିଲେ।

ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଚଢଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ରାସାୟନିକ ପରୀକ୍ଷାରେ ତାହା ଲାଞ୍ଚ ଟଙ୍କା ବୋଲି ପ୍ରମାଣ ହୋଇଥିଲା। ପରେ ଆୟବର୍ହିଭୂତ ସଂପତ୍ତି ଯାଞ୍ଚ ପାଇଁ ଖପୁରିଆ ଲେବର କଲୋନିସ୍ଥିତ ଶ୍ରୀ କରଙ୍କ ଘରେ ଭିଜିଲାନ୍ସ ଅଧିକାରୀ ଚଢଉ ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe