ଦୀର୍ଘ ଦିନର ଦାବି ପୂରଣ ହେ‌ଲା, ଟ୍ରେନ୍‌ରେ କଟକରୁ ବେଙ୍ଗାଲୁରୁ

ସପ୍ତାହର ଶନିବାର ଓ ମଙ୍ଗଳବାର ଟ୍ରେନ, ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ ସୁବାସ ସିଂହ

ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ କେବେ?

RailNews Media India Ltd

କଟକ: ଟ୍ରେନ୍‌ରେ ଏଣିକି କଟକରୁ ବେଙ୍ଗାଲୁରୁ ଯିବାର ସୁବିଧା ମିଳିବ। ଏଥିପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ଶେଷରେ ପୂରଣ ହୋଇଛି। କଟକ ସହରବାସୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦାବି ହୋଇ ଆସୁଥିବା ବେଳେ ସାଂସଦ ସୁବାସ ସିଂହ ଏ ପ୍ରସଙ୍ଗ ଗଲା ମାର୍ଚ୍ଚ ୧୯ ତାରିଖରେ ସଂସଦରେ ଉଠାଇଥିଲେ। ଶେଷରେ ଗଲା ୨୨ ତାରିଖ ଦିନ ଏ ସଂକ୍ରାନ୍ତରେ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୩୧ ତାରିଖରୁ ଅଗରତାଲା ବେଙ୍ଗାଲୁରୁ କ୍ୟାଣ୍ଟ୍ ସ୍ପେଶାଲ (ନଂ ୦୫୪୮୮) ଓ ବାଙ୍ଗାଲୋର କ୍ୟାଣ୍ଟ୍ ଅଗରତାଲା ସ୍ପେଶାଲ୍ (ନଂ ୦୫୪୮୭) ଦୁଇଟି ଟ୍ରେନ୍ କଟକ ‌ଷ୍ଟେସନ ଦେଇ ଚଳାଚଳ କରିବ। ଅଗରତାଲା ପଟୁ ଆସୁଥିବା ଟ୍ରେନ ସପ୍ତାହର ପ୍ରତ୍ୟେକ ଶନିବାର ଓ ବେଙ୍ଗାଲୁରୁ ପଟୁ ଆସୁଥିବା ଟ୍ରେନ ପ୍ରତି ମଙ୍ଗଳବାର କଟକ ଷ୍ଟେସନ ଦେଇ ଯାତାୟତ କରିବ।

କଟକ ଷ୍ଟେସନରେ ଦୁଇଟି ଯାକ ଟ୍ରେନ ପାଇଁ ଦୁଇ ମିନିଟ୍ ରହଣୀ ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରେନ ୧୧ଟା ୪୩ରେ ପହଞ୍ଚି ୧୧ଟା ୪୫ରେ ଛାଡ଼ିବାର ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। କଟକ ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ତଥା ସମସ୍ୟା ସମାଧାନ ହୋଇଥିବାରୁ ସାଂସଦ ଶ୍ରୀ ସିଂହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଶାନ୍ତି ଏକ୍ସପ୍ରେସ୍ ଭୁବନେଶ୍ବର ଷ୍ଟେସନରୁ ଛାଡୁଥିବା ବେଳେ ଭୋରୁ ଛାଡୁଥିବା ଏହି ଟ୍ରେନ ଧରିବା ପାଇଁ କଟକ ସହରବାସୀଙ୍କୁ ରାତି ଅଧରେ ଘରୁ ବାହାରିବାକୁ ପଡୁଥିଲା। ଏହି ଟ୍ରେନ୍ ଚଳାଚଳ ଫଳରେ ଛାତ୍ରଛାତ୍ରୀ, ସାଇଭକ୍ତ, ବିଭିନ୍ନ ସ୍ଥାନରୁ ଯାଇଥିବା ପାଇପ୍ ମିସ୍ତ୍ରି ବିଶେଷ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe