ଗିନିଜ ୱାର୍ଲଡ ରେକର୍ଡସରେ ସାମିଲ ହେବ କଟକ: ୧୫ ମିନିଟରେ ୧୦ ହଜାର କାଗଜ ଡଙ୍ଗା ନିର୍ମାଣ

Advertisment
ଗିନିଜ ୱାର୍ଲଡ ରେକର୍ଡସରେ ସାମିଲ ହେବ କଟକ: ୧୫ ମିନିଟରେ ୧୦ ହଜାର କାଗଜ ଡଙ୍ଗା ନିର୍ମାଣ

କଟକ: ଗିନିଜ ୱାର୍ଲଡ ରେକର୍ଡସରେ ସାମିଲ ହେବ ସିଲଭରସିଟି କଟକ। ୧୫ ମିନିଟରେ ୧୦ ହଜାର କାଗଜ ଡଙ୍ଗା ନିର୍ମାଣ କରି ଏହି ଉପାଧି ହାସଲ କରିବା ଦିଗରେ ନଜର ରଖିଛି କଟକ। ବାଲିଯାତ୍ରା ସମୟରେ ପ୍ରାୟତଃ ୧୨ ତାରିଖରେ ବାରବାଟୀରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ୧୫ ମିନିଟରେ ତିଆରି କରାଯିବ ୧୦ ହଜାର କାଗଜ ଡଙ୍ଗା, ଯାହାଦ୍ୱାରା କଟକ ଐତିହାସିକ ବାଲିଯାତ୍ରା ଗିନିଜ ୱାର୍ଲଡ ରେକର୍ଡସ କରି ପାରିବ।

ଆସନ୍ତା ୧୦ ତାରିଖରେ ଲଣ୍ଡନରୁ ପହଞ୍ଚିବ ଗିନିଜ ୱାର୍ଲଡ଼ ରେକର୍ଡସର ଅଫିସିଆଲ ଟିମ। କଟକ ସହରର ବିଭିନ୍ନ ବୟସ ଵର୍ଗର ଜନସାଧାରଣ , ସ୍କୁଲ କ୍ଲବ , ବିଭିନ୍ନ ସଙ୍ଗଠନ, ସଂଘଙ୍କୁ ଏଥିରେ ସାମିଲ କରାଯିବ। ପ୍ରତି ଅଂଶଗ୍ରହଣକାରୀଙ୍କୁ ସର୍ବନିମ୍ନ ୫ ଟି ଡଙ୍ଗା ତିଆରି କରିବାକୁ ହେବ। ଏହା ଭିତରୁ ୩ଟି ଠିକ ହେଲେ ସେଗୁଡିକ ଯୋଗ୍ୟ ବିବେଚିତ ହେବେ। ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର , ସିଏମସି ଅଧିକାରୀ,  କମିସନର କାଗଜ ଡ଼ଙ୍ଗା ପ୍ରଶିକ୍ଷଣ ଆଧାରରେ ନିର୍ମାଣ କରିଛନ୍ତି ବୋଲି ସିଏମସି ମେୟର ସୁବାସ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe