ବିଟକଏନ୍ ଠକେଇରେ ଚାଞ୍ଚଲ୍ୟକର ତଥ୍ୟ: ୧୦ କମ୍ପାନି ନାଁରେ ଖୋଲିଛି କରେଣ୍ଟ୍ ଆକାଉଣ୍ଟ

Advertisment
ବିଟକଏନ୍ ଠକେଇରେ ଚାଞ୍ଚଲ୍ୟକର ତଥ୍ୟ: ୧୦ କମ୍ପାନି ନାଁରେ ଖୋଲିଛି କରେଣ୍ଟ୍ ଆକାଉଣ୍ଟ

The Guardian

କଟକ: ବିଟକଏନ୍ ପାଇଁ କଟକ ସହରରେ ଦୁଇ ଆଇଟି ବୃତ୍ତିଧାରୀଙ୍କ ନିକଟରୁ ୪୩ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ୧୦ଟି କରେଣ୍ଟ ଆକାଉଣ୍ଟ ଠାବ କରିଛି। ଏହି କରେଣ୍ଟ ଆକାଉଣ୍ଟ ୧୦ଟି କମ୍ପାନି ନାଁରେ ଖୋଲାଯାଇଛି। କମ୍ପାନିର ଠିକଣା କଟକ ସାଇବର୍ ଥାନା ପୁଲିସ ସଂଗ୍ରହ କରିଛି। ଏହି କମ୍ପାନିକୁ ଯାଇ ତଦନ୍ତ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

ସୂଚନା ଅନୁଯାୟୀ, କରେଣ୍ଟ ଆକାଉଣ୍ଟ ସାଧାରଣତଃ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ଏଥିରେ ଦୈନିକ ଜମା ଓ ଉଠାଣରେ କୌଣସି କଟକଣା ନଥାଏ। ଏଥିରେ କୋଟି କୋଟି ଟଙ୍କା ଆର୍ଥିକ କାରବାର ଦୈନିକ ହୋଇପାରିବ। କିନ୍ତୁ ସେଭିଂ ଆକାଉଣ୍ଟରେ ସେ ପ୍ରକାର ସୁବିଧା ନଥାଏ। ସେଥିପାଇଁ ବିଟକଏନ୍ କେଳେଙ୍କାରୀ ଘଟଣାରେ ସମ୍ପୃକ୍ତ ସାଇବର୍ ଅପରାଧୀ ସମସ୍ତ କରେଣ୍ଟ ଆକାଉଣ୍ଟ ହିଁ ଟଙ୍କା ଲୁଟିବା ପାଇଁ ବ୍ୟବହାର କରିଛନ୍ତି। ତେବେ ସବୁଠାରୁ ଚକିତ କଲା ପରି ଘଟଣା ହେଉଛି, ଏହି ଆକାଉଣ୍ଟଗୁଡ଼ିକ ମୁମ୍ବାଇ, ଦିଲ୍ଲୀ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗର ୧୦ଟି ଘରୋଇ କମ୍ପାନି ନାଁରେ ଖୋଲା ଯାଇଛି।

ବିନା କୌଣସି କମ୍ପାନି ପଞ୍ଜୀକରଣ ପ୍ରମାଣପତ୍ରରେ ବ୍ୟାଙ୍କରେ କୌଣସି କରେଣ୍ଟ ଆକାଉଣ୍ଟ ଖୋଲାଯାଇପାରିବ ନାହିଁ। କିନ୍ତୁ ଏହି ଦୁଇଟି ସାଇବର୍ ଠକେଇ ମାମଲାରେ ୧୦ଟି କମ୍ପାନିର କରେଣ୍ଟ ଆକାଉଣ୍ଟ ଠାବ ଘଟଣାକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଯାଇଛି। ପୂର୍ବରୁ ବିଟକଏନ୍ ଠକେଇ ଘଟଣାରେ ୧୦ଟି ମାମଲା ରୁଜୁ ହୋଇଛି। ସେ ସମସ୍ତ ମାମଲାରେ ବି ସାଇବର୍ ଅପରାଧୀ କରେଣ୍ଟ ଆକାଉଣ୍ଟ ବ୍ୟବହାର କରିଥିବା କୁହାଯାଉଛି।
ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଏହି ଦୁଇ ଯୁବକଙ୍କୁ ଦୁଇ ମାସ ତଳେ ଏକ ଅଜଣା ହ୍ବାଟସଆପ୍ ନମ୍ବରରୁ ମେସେଜ୍ ଆସିଥିଲା। ଏକ ହୋଟେଲର ରିଭ୍ୟୁ କରିବାକୁ କୁହାଯାଇଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ମିଳିବା ପାଇଁ ଲୋଭନୀୟ ପ୍ରତିଶ୍ରୁତି ମିଳିବାରୁ ସେମାନେ ରାଜି ହୋଇଯାଇଥିଲେ। ଏହି କାମ ସହିତ ଯୋଡ଼ି ହେବା ପରେ ବିଟକଏନ କିଣାବିକା କରିବାକୁ ବି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe