Dead Body in Mahanadi: ନିଖୋଜର ୪ଦିନ ପରେ ମୃତଦେହ ଉଦ୍ଧାର

କଟକ ଜିଲ୍ଲା କିଶନନଗର ଥାନା ପୁଲିସ ନିକଟରେ ରବିବାର ଠାରୁ ନିଖୋଜ ଥିବା ନେଇ ପରିବାର ତରଫରୁ ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଘରୁ ଦୁଇ ସହ ଟଙ୍କା ନେଇ ବୁଲେଟ ଗାଡ଼ି ଧରି ସାଙ୍ଗ ଘରକୁ ଯିବା ପରେ ଆଉ ଫେରି ନଥିଲା ୨୨ ବର୍ଷିୟ ରାହୁଲ।

Untitled-18

Dead body recovered from Mohanadi. Photograph: (sambad.in)

ବାରଙ୍ଗ: ନିଖୋଜର ୪ଦିନ ପରେ ପୂର୍ବତନ ମଧୁପୁର ସରପଞ୍ଚ ସୁମିନା ପ୍ରଧାନଙ୍କ ନିଖୋଜ ପୁଅର ରାହୁଲ ଶବ କିଶନନଗରରୁ ଉଦ୍ଧାର ହୋଇଛି। ମହାନଦୀରେ ଭାସୁ ଥିବା ବେଳେ ଆଜି ମୃତଦେହ ଉଦ୍ଧାର ହୋଇଛି। 

ସୂଚନା ଅନୁସାରେ କଟକ ଜିଲ୍ଲା କିଶନନଗର ଥାନା ପୁଲିସ ନିକଟରେ ରବିବାର ଠାରୁ ନିଖୋଜ ଥିବା ନେଇ ପରିବାର ତରଫରୁ ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଘରୁ ଦୁଇ ସହ ଟଙ୍କା ନେଇ ବୁଲେଟ ଗାଡ଼ି ଧରି ସାଙ୍ଗ ଘରକୁ ଯିବା ପରେ ଆଉ ଫେରି ନଥିଲା ୨୨ ବର୍ଷିୟ ରାହୁଲ। ସକାଳୁ ପୁଲିସ ଏକ ଶବ ଉଦ୍ଧାର କରିଥିବା ସୂଚ଼ନା ପାଇ ଯାଇଥିଲେ ରାହୁଲର ମା' ସୁମିନା ଓ ବାପା ପବିତ୍ର ମୋହନ ପ୍ରଧାନ। ଶବକୁ ଚିହ୍ନଟ କରିବା ପରେ କଟକ ଏସସିବି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: କମିସନରେଟ୍ ପୁଲିସର ପାର୍କିଂ କଟକଣା: ୨୧ ରାସ୍ତାରେ ପାର୍କିଂ ମନା, ଉଠାଇନେବେ ଗାଡ଼ି

ଗତବର୍ଷ ହୋଇଥିଲା ଆକ୍ରମଣ

ପୂର୍ବତନ ମଧୁପୁର ସରପଞ୍ଚ ମଧୁବନ ଗ୍ରାମର ସୁମିନା ପ୍ରଧାନ ବିଜେଡି ସରକାର ସମୟରେ ବାରଙ୍ଗ ବ୍ଲକ ମିସନ ଶକ୍ତି ସଭାନେତ୍ରୀ ଅଟନ୍ତି। ତାଙ୍କ ସ୍ୱାମୀ ପବିତ୍ର ମୋହନ ପ୍ରଧାନ ମଧ୍ୟ ବିଜେଡି ଦଳର ସକ୍ରୀୟ କର୍ମୀ ତଥା ମଧୁପୁର ସମବାୟ ସମିତିର ସଭାପତି ଅଛନ୍ତି। ଗ୍ରାମରେ ରାଜନୈତିକ ଓ ପୂର୍ବ ଶତୃତାକୁ ନେଇ ଅତିତରେ ଏମାନଙ୍କ ସହିତ ଗଣ୍ଡଗୋଳ ହୋଇଛି। ଗତବର୍ଷ ପବିତ୍ରଙ୍କ ଉପରେ ଗାଁ ଭାଗବତ ଘର ପାଖରେ ରଡ ସାହାଯ୍ୟରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ପବିତ୍ରଙ୍କ ମୁଣ୍ଡ ଫାଟିବା ସହିତ ହାତ ମଧ୍ୟ ଭାଙ୍ଗି ଥିଲା। ଗଣ୍ଡଗୋଳ ସଂକ୍ରାନ୍ତରେ ବାରଙ୍ଗ ଥାନାରେ ମମଲା ହୋଇଥିଲା।

ଆହୁରି ପଢ଼ନ୍ତୁ: Dead Body Baby Girl Rescued ମହାନଦୀରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe