କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ, ରିପୋର୍ଟ ନେଗେଟିଭ ଆସିବା ପରେ ମୃତଦେହ ହସ୍ତାନ୍ତର

Advertisment
ଏସ୍‌ସିବି ଡାକ୍ତର, କର୍ମଚାରୀଙ୍କୁ କରୋନା ବିପଦ: ବିନା ସ୍ୱାବ୍‌ ପରୀକ୍ଷାରେ ଚାଲିଛି ଅସ୍ତ୍ରୋପଚାର

କଟକ : ଏସ୍ ସିବି ସ୍ଵତନ୍ତ୍ର କରୋନା ୱାର୍ଡର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଓ ତାଙ୍କ ବୟସ ପାଖାପାଖି ୫୮ ବୋଲି ଜଣାପଡିଛି। ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନେଗେଟିଭ ଆସିବା ପରେ ରାତି ୮ଟାରେ ମୃତଦେହକୁ ପରିବାର ଲୋକେଙ୍କୁ ହସ୍ତାନ୍ତର କରାଯାଇଥିଲା। ଫଳରେ ରିପୋର୍ଟ ଅପେକ୍ଷାରେ ଦୀର୍ଘ ୧୫ଘଣ୍ଟା ହେବ ଶବ ପଡିରହିଛି।

କିନ୍ତୁ ଏ ସମ୍ପର୍କରେ ଏସ୍ ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଥିଲା, ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଥିଲା। ଗତକାଲି ରାତିରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଶେଷ ସମୟରେ ପଠାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯେହେତୁ କରୋନା ୱାର୍ଡରେ ରଖାଯାଇ ଥିଲା ତେଣୁ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାବ ରଖାଯାଇ, ପରୀକ୍ଷା ପାଇଁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ରିପୋର୍ଟ କଣ ଆସିବ ତାକୁ ନେଇ ଚିନ୍ତାରେ ମୃତକଙ୍କ ପରିବାର ଓ ମେଡିକାଲ କର୍ତ୍ତୃପକ୍ଷ ଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe