କୁକୁର ମୃତ୍ୟୁକୁ ନେଇ ଥାନାରେ ଏତଲା

Advertisment
କୁକୁର ମୃତ୍ୟୁକୁ ନେଇ ଥାନାରେ ଏତଲା

VectorStock

କଟକ: ଚିକିତ୍ସା ଅବହେଳା କାରଣରୁ ପୋଷା କୁକୁରର ମୃତ୍ୟୁକୁ ନେଇ ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଆନିମଲ ୱେଲଫେୟାର୍ ଟ୍ରଷ୍ଟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ପୁଲିସ ଏତଲା ନରଖିବା ଘଟଣାକୁ ନେଇ ଅସନ୍ତୋଷ ଦେଖା ଦେଇଛି।

ସୂଚନା ଅନୁଯାୟୀ, ଆନିମଲ ୱେଲଫେୟାର୍ ଟ୍ରଷ୍ଟ ପକ୍ଷରୁ ଜଣେ ବ୍ୟକ୍ତି କିଛି ଦିନ ତଳେ ଗୋଟିଏ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। କୁକୁରର ଦେହ ଖରାପ ହେବା ପରେ ଟ୍ରଷ୍ଟକୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ ତା’ର ଚିକିତ୍ସା ପାଇଁ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ କୁକୁର ରଖିଥିବା ବ୍ୟକ୍ତି ଜଣକ ଚିକିତ୍ସା ପାଇଁ କୁକୁରକୁ ସଂସ୍ଥାକୁ ଦେଇ ନ ଥିଲେ କି ନିଜ ତରଫରୁ ମଧ୍ୟ କୌଣସି ଚିକିତ୍ସା କରାଇ ନ ଥିଲେ। ତେଣୁ କୁକୁରର ମୃତ୍ୟୁ ହୋଇଥିଲା। ଶବ ସତ୍କାର ପାଇଁ ମୃତ କୁକୁରକୁ ଆନିମଲ ୱେଲଫେୟାର୍ ଟ୍ରଷ୍ଟ ନେବାକୁ ଚାହୁଁଥିବା ବେଳେ କୁକୁର ରଖିଥିବା ବ୍ୟକ୍ତି ଜଣକ ଦେବାକୁ ରାଜି ହୋଇନଥିଲେ। ଏନେଇ କଟକ ଲାଲବାଗ ଥାନାରେ ଟ୍ରଷ୍ଟ ପକ୍ଷରୁ ଏତଲା ଦିଆଯାଇଛି। କିନ୍ତୁ ପୁଲିସ ଏତଲା ଗ୍ରହଣ କରିବାକୁ ରାଜି ନହେବାରୁ ଟ୍ରଷ୍ଟର ଅଧିକାରୀ ପୂର୍ବି ଦାସ ଓ ଶୁଭେନ୍ଦୁ କୁମାର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe