କରୋନା କାରୁଣ୍ୟ: ଅନାଥ ହୋଇଗଲେ ୨ ପିଲା; ଉଜୁଡ଼ିଗଲା ପରିବାର

Advertisment

ପୁଅ ଜନ୍ମର ୧୮ଦିନ ପରେ ମା' ଓ ୫୫ ଦିନରେ ଆରପାରିକୁ ଚାଲିଗଲେ ବାପା; ସ୍ମିତାଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପାଇଁ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଦାବିପତ୍ର

ପୁଅ ଜନ୍ମର ୧୮ଦିନ ପରେ ମା' ଓ ୫୫ ଦିନରେ ଆରପାରିକୁ ଚାଲିଗଲେ ବାପା; ସ୍ମିତାଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପାଇଁ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଦାବିପତ୍ର

କରୋନା କାରୁଣ୍ୟ: ଅନାଥ ହୋଇଗଲେ ୨ ପିଲା; ଉଜୁଡ଼ିଗଲା ପରିବାର

କଟକ: ଅସୁମାରୀ ସ୍ବପ୍ନ ଦେଖିଥିଲେ ସେମାନେ। କିନ୍ତୁ ସବୁ ଚୁରମାର ହୋଇଗଲା। ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ-ସ୍ତ୍ରୀ। ଅନାଥ ହୋଇଗଲେ ଦୁଇ ଶିଶୁ। କରୋନାର କରୁଣ କାହାଣୀର ଦୁଇ ନାୟକ-ନାୟିକା ହେଉଛନ୍ତି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଷ୍ଟାଫ୍‌ ନର୍ସ ସ୍ମିତା ପଣ୍ଡା (୨୮) ଓ ରେଳବାଇରେ ଚାକିରି କରୁଥିବା ସ୍ବ‌ାମୀ କମଳେଶ ପଣ୍ଡା(୩୯)ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର ନିମାତ୍‌ପୁର  ଗ୍ରାମର ରାମ ନାରାୟଣ ପଣ୍ଡାଙ୍କ ପରିବାର କହିଲେ ୩ ଝିଅ ଓ ୨ପୁଅ।  ସବା ସାନ ପୁଅ ବୋହୂ ହେଉଛନ୍ତି କମଳେଶ ଓ ସ୍ମିତା। ଉଭୟଙ୍କ ଉପରେ ନିର୍ଭର କରେ ପରିବାର। ସ୍ମିତା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଷ୍ଟାଫ୍‌ ନର୍ସ ଥିବାବେଳେ ତାଙ୍କର ପୂର୍ବରୁ ୮ ବର୍ଷର ଝିଅଟିଏ ଥିଲା। ସେ ପୁଣି ୨ୟ ଥର ପାଇଁ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଥାଇ ସୁଦ୍ଧା କରୋନାର ଦ୍ବିତୀୟ ଲହରରେ ନିରବଚ୍ଛିନ୍ନ ଭାବେ ତାଙ୍କ କର୍ତ୍ତବ୍ୟ କରି ଚାଲିଥି‌ଲେ।  ତାଙ୍କର ସନ୍ତାନ ପ୍ରସବ ସମୟ ଆସିବାରୁ ସେ ଏପ୍ରିଲ ୮ତାରିଖରେ କାର୍ଯ୍ୟ କରି ତା’ ପରଠାରୁ ଛୁଟିରେ ରହିଲେ। ସନ୍ତାନ ଜନ୍ମ ପୂର୍ବରୁ ଡାକ୍ତର ସିଜରିଆନ କରିବାକୁ କହିବାରୁ ଏପ୍ରିଲ ୧୪ରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ଭୁବନେଶ୍ବରର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ସେ ୧୫ତାରିଖ ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତକ ଶିଶୁ ସୁସ୍ଥ ଥିବା ବେଳେ ‌ଶିଶୁର କୋଭିଡ୍‌ ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଥିଲା। କିନ୍ତୁ ସ୍ମିତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମେ' ୨ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

publive-image

ମାତ୍ର ୧୮ ଦିନର ଶିଶୁପୁତ୍ର ଓ ୮ବର୍ଷର ଝିଅ ମା' ଛେଉଣ୍ଡ ହୋଇଗଲେ। ତଥାପି ଏତିକିରେ ସରିଲାନି ତାଙ୍କ ପରିବାର ଉପରୁ ଦୁଃଖର ବୋଝ। ପତ୍ନୀଙ୍କ ଶୁଦ୍ଧିକ୍ରିୟା ପରେ ପରେ ଅର୍ଥାତ୍‌ ଏକାଦଶାହ ଦିନ ହିଁ ସ୍ବାମୀ ଗଲେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ହସ୍ପିଟାଲରେ। ପ୍ରଥମେ ରେଳବାଇ ହସ୍ପିଟାଲ ଓ ପରେ ଅବସ୍ଥା‌ ଅଧିକ ଜଟିଳ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା। ଶେଷରେ ଏକମାସ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଗତକାଲି କମଲେଶଙ୍କ ଜୀବନ ଦୀପ ବି ଲିଭିଗଲା। ଏବେ ପୁଅ, ଝିଅ ୭୯ବର୍ଷର ବୃଦ୍ଧ ଜେଜେବାପା, ଜେଜେମାଙ୍କ ଭରସାରେ। ଗର୍ଭବତୀ ଥିବା ସମୟରେ ବି କେବେ ବି ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ ସ୍ମିତା। ସ୍ମିତାଙ୍କୁ ତୁରନ୍ତ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହିତ ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଜି ସମସ୍ତ କର୍ମଚାରୀ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe