ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଗଣତନ୍ତ୍ର ଏବେ ସଂକଟରେ: ସୌମ୍ୟରଞ୍ଜନ

Advertisment

ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିସନ୍ଧ୍ୟା: ବାସୁଦେବ ସୁନାନୀ ପାଇଲେ ଭୀମ ଭୋଇ ସମ୍ମାନ

ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିସନ୍ଧ୍ୟା: ବାସୁଦେବ ସୁନାନୀ ପାଇଲେ ଭୀମ ଭୋଇ ସମ୍ମାନ

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଗଣତନ୍ତ୍ର ଏବେ ସଂକଟରେ: ସୌମ୍ୟରଞ୍ଜନ

କଟକ: ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ଏହା ଥିଲା ଭୀମ ଭୋଇଙ୍କ ଜୀବନର ଆଭିମୁଖ୍ୟ। ଜଗତ ଉଦ୍ଧାର ହେଲେ ନର୍କ ରହିବ ନାହିଁ। ହେଲେ ଏକଥାକୁ ଆଜି କେହି ବୁଝିବାକୁ ପ୍ରସ୍ତୁତ ନାହାନ୍ତି। ସମାଜ ଏବେ ବ୍ୟକ୍ତିକୈନ୍ଦ୍ରିକ। ବ୍ୟକ୍ତିଗତ ସ୍ବାର୍ଥକୁ ନେଇ ସମସ୍ତେ ବ୍ୟସ୍ତ ବୋଲି କହିଛନ୍ତି ‘ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଭବନରେ ଆୟୋଜିତ ସନ୍ଥକବି ଭୀମ ଭୋଇ ସ୍ମୃତିସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଗଣତନ୍ତ୍ର ଏବେ ସଂକଟରେ। ଗଣତନ୍ତ୍ର ଦଳତନ୍ତ୍ର ହେବାକୁ ବସିଲାଣି। ମୁଷ୍ଟିମେୟ ଲୋକଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ। କେହି ଏହାର ପ୍ରତିବାଦ କରୁନାହାନ୍ତି। ଏହା ଦ୍ବାରା ଗଣତନ୍ତ୍ର କ୍ଷତିଗ୍ରସ୍ତ ହେଉଛି ବୋଲି କହି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ଏଭଳି ସମୟରେ ଭୀମ ଭୋଇଙ୍କର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିଶିଷ୍ଟ କବି ବାସୁଦେବ ସୁନାନୀଙ୍କୁ ମର୍ଯ୍ୟାଦାଜନକ ‘ଭୀମ ଭୋଇ ସମ୍ମାନରେ ସମ୍ମାନିତ କରିଥିଲେ।

ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ସଂଗ୍ରାମ ଜେନା, ଭୀମ ଭୋଇଙ୍କୁ ମାନବବାଦୀ କବି ଓ ଦାର୍ଶନିକ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସଂଘମିତ୍ରା ବେହେରା, ଭୀମ ଭୋଇଙ୍କ ଅଲୌକିକ କବି ପ୍ରତିଭା ଓ ସମାଜର କଲ୍ୟାଣ ପାଇଁ ପ୍ରତିବାଦର ସ୍ବର ବିଷୟରେ କହିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ବାଇଁ ସଭାରେ ଅଧ୍ୟକ୍ଷତା କରି ଭୀମ ଭୋଇଙ୍କୁ ଏକାଧାରରେ ସନ୍ଥ, କାବ୍ୟ ପୁରୁଷ, ବିପ୍ଳବୀ ସଂସ୍କାରକ ଓ ସ୍ବାଧୀନଚେତା ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ଶିକ୍ଷାବିତ ଚୌଧୁରୀ ସତ୍ୟ ଦାସ ସ୍ବାଗତ ଭାଷଣ, ସଂସଦର ସମ୍ପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ ଧନ୍ୟବାଦ ଦେଇଥିଲେ। ବ୍ରଜକିଶୋର ବେଉରା, ବିଭୁପ୍ରସାଦ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe