ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହେଲେ ୫ଜଣ ଆକ୍ରାନ୍ତ

ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହେଲେ ୫ଜଣ ଆକ୍ରାନ୍ତ

Times Of India

କଟକ: ଏସ୍‌ସିବିରେ ଡେଙ୍ଗୁ ପାଇଁ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଆଜି ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଢେଙ୍କାନାଳର ୨ ଜଣ, ନୟାଗଡ, ଜଗତସିଂହପୁର, କଟକର ବାଙ୍କୀ ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀ ଅଛନ୍ତି। କଟକ ଜିଲ୍ଲାରେ ଜାନୁଆରିରୁ ଆଜି ସୁଦ୍ଧା ୨୯ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ସହରରୁ ୬ ଜଣ ରହିଛନ୍ତି।

ଜଗତ୍‌ପୁର, ଶଙ୍କରପୁର, ବିଡାନାସୀ, ସିଡିଏରୁ ଇତି ମଧ୍ୟରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଜିଲ୍ଲାରେ ଜାନୁଆରିରୁ ଜୁଲାଇ ଭିତରେ ସହରରୁ ୬ଜଣ, ସା‌ଲେପୁର ଓ ଚୌଦ୍ବାରରୁ ୪ଜଣ ଲେଖାଏଁ, ନିଆଳି ଓ ଟାଙ୍ଗୀରୁ ୨ଜଣ ଲେଖାଏଁ, କଣ୍ଟାପଡା, ବଡମ୍ବା, ସଦର, ମାହାଙ୍ଗା ଓ ବାଙ୍କୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe