ଆଜି ଧନତେରାସ୍: ପିତଳ ବାସନ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି କରୋନା

Advertisment

ବର୍ଷକର ୫୦ ସ୍ଥଳେ ୧୦ ପ୍ରତିଶତ ବ୍ୟବସାୟୀ ହେବେ ସନ୍ତୁଷ୍ଟ

ବର୍ଷକର ୫୦ ସ୍ଥଳେ ୧୦ ପ୍ରତିଶତ ବ୍ୟବସାୟୀ ହେବେ ସନ୍ତୁଷ୍ଟ

ଆଜି ଧନତେରାସ୍: ପିତଳ ବାସନ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି କରୋନା

Sambad

କଟକ: ଧନତେରସ୍‌ ପାଇଁ ସୁନା, ରୁପା ଗହଣା ସାମଗ୍ରୀ ସହିତ ବାସନକୁସନ କିଣିବାର ମଧ୍ୟ ପରମ୍ପରା ରହିଆସିଛି। ଧନତେରସ୍‌ ଠାରୁ ଆରମ୍ଭ କରି ଦୀପାବଳି; ଏହି ତିନିଦିନ ଲୋକମାନେ ଏହି ସବୁ ସମାଗ୍ରୀ କିଣିଥାନ୍ତି। ବାସନକୁସନ ମଧ୍ୟରେ ଲୋକ ଖାସ୍‌ କରି ଏହି ଧନତେରସ୍‌ରେ ପିତଳ ବାସନକୁସନ ଅଧିକ କିଣୁଥିବା‌ବେଳେ ଏହା ଶୁଭ ବୋଲି ବିଶ୍ବାସ ରହିଛି। ଦୋକାନବଜାରରେ ଏହି ତିନିଦିନ ଖୁବ୍‌ ଭିଡ଼ ମଧ୍ୟ ଲାଗି ରହିଥାଏ। ହେଲେ, ଚଳିତବର୍ଷ ଏହାକୁ ଦୁଇଦିନ ପାଳନ କରାଯାଉଥିବା ଦେଖାଯାଉଛି।

ଆଜି ଗୁରୁବାର ମାରୱାଡ଼ି ଓ ଉତ୍ତର ଭାରାତୀୟମାନେ ଧନତେରସ୍ ପାଳିଥିବାବେଳେ ଦୋକାନ ବଜାର ଖାଁ ଖାଁ ନଜର ଆସିଛି। ଆସନ୍ତାକାଲି ଶୁକ୍ରବାର ଅନ୍ୟ ଲୋକମାନେ ଧନତେରସ୍‌ ପୂଜା କରୁଥିବାରୁ ‌ଏବେ ବେପାରକୁ ନେଇ ଚିନ୍ତାରେ ବାସନକୁସନ ବେପାରୀ। ଚଳିତବର୍ଷ କରୋନା ଯୋଗୁଁ ବେପାରରେ ବିପୁଳ କ୍ଷତି ହୋଇଥିବାବେଳେ ପାର୍ବଣ ସମୟରେ ଏଭଳି ସଂକ୍ରମଣ ଓ ଏହା ଯୋଗୁଁ ରହିଥିବା କଟକଣା ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି। ବର୍ଷକର ୫୦ ପ୍ରତିଶତ ବେପାର ଏହି ତିନିଦିନରେ ହୋଇଥାଏ। ତେବେ କରୋନା ପାଇଁ ଚଳିତବର୍ଷ ଧନତେରସ୍‌ରେ ଏହା ୧୫ ପ୍ରତିଶତ ତଳକୁ ରହିବ ବୋଲି ବ୍ୟବସାୟୀମାନେ ମତ ‌ଦେଇଛନ୍ତି।

publive-image Sambad

ଏଭଳି ସ୍ଥିତି କେବେ ଉପୁଜି ନଥିଲା
ବେପାର ପାଇଁ ଏହା ପ୍ରକୃଷ୍ଟ ସମୟ। ବର୍ଷକ ମଧ୍ୟରେ ଧନତେରସ୍‌ଠାରୁ ଦୀପାବଳି ତିନିଦିନ ପର୍ଯ୍ୟନ୍ତ ‌ବେପାର ହୋଇଥାଏ। ହେଲେ ବର୍ଷକର ବେପାରକୁ ମାନ୍ଦା କରିଲା କରୋନା। ବେପାର ନଥିବାରୁ ନୂଆ ଷ୍ଟକ୍‌ ମଧ୍ୟ ଆଣି ହେଉ ନାହିଁ। ଆଜି ପ୍ରଥମଦିନ ଖୁବ କମ୍‌ ଗ୍ରାହକ ଆସିଛନ୍ତି। ବାକି ଦୁଇଦିନ ୨୫ ପ୍ରତିଶତ ବେପାର ହେବ କି ନାହିଁ ତାକୁ ନେଇ ଏବେ ଚିନ୍ତା‌ ରହିଛି।
କାଳନ୍ଦୀ ଚରଣ ମହାରଣା
ମହାରଣା ବର୍ତ୍ତନ ଭଣ୍ତାର, ଚୌଧୁରୀବଜାର

publive-image Sambad

ବର୍ଷକର ବେପାରକୁ ଠପ୍‌ କରିଛି କରୋନା
ଗ୍ରାହକ ଦୋକାନକୁ ଆସିଲାମାତ୍ରେ ଆବଶ୍ୟକତାଠାରୁ ଅଧିକ ମଧ୍ୟ ଜିନିଷ କିଣିଥାନ୍ତି। ହେଲେ, ଚଳିତବର୍ଷ ଗ୍ରାହକ ଆସିବାକୁ ଭୟ କରୁଛନ୍ତି। କରୋନା ଯୋଗୁଁ ଏବେ ଆର୍ଥିକ ସମସ୍ୟା ସଭିଙ୍କର ଉପୁଜିଛି। ଏହି ସ୍ଥିତିରେ ଅଧିକ ବେପାର ଆଶା ରଖିନି। ହେଲେ ବେପାରକୁ ନେଇ ଯାହା କିଛି ଆଶା ରହିଛି ତାହା ମଧ୍ୟ ପୂରଣ ନ ହେଲା ଭଳି ଅନୁଭବ ହେଉଛି। ପ୍ରଥମଥର ଧନ୍‌ତେରସ୍‌ର ପ୍ରଥମ ଦିନରେ ଦୋକାନ ଖାଁ ଖାଁ ଲାଗୁଛି।
ସନ୍ଦୀପ ସାହୁ
ଶ୍ରୀଲକ୍ଷ୍ମୀ ବ୍ରାସ୍‌ ଆଣ୍ତ ବେଲ୍‌ ମେଟାଲ୍ସ ‌ଷ୍ଟୋର୍‌, ଚୌଧୁରୀବଜାର

publive-image Sambad

ବେପାର ଠପ୍‌ କରିଛି କରୋନା
ପ୍ରଥମ ଦିନରେ ହିଁ ବେପାର ଠପ୍‌ ହୋଇଛି। ବାକି ଦୁଇଦିନକୁ ଅପେକ୍ଷା ରହିଛି ଏବଂ ଆଶା ରହିଛି ଭଲ ବେପାର ହେବ। କରୋନା ଯୋଗୁଁ ବହୁ ଲୋକଙ୍କର ଆର୍ଥିକ ସମସ୍ୟା ଦେଖା ଦେଇଛି। ଇଚ୍ଛା ଥାଇ ମଧ୍ୟ ଲୋକେ ଜିନିଷ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ତା’ଛଡ଼ା, କୋଭିଡ୍‌ ଗାଇଡ୍‌ ଲାଇନ ନିୟମ ବି ଅଧିକ ସମସ୍ୟା ସୃଷ୍ଟି କରି।
ଜ୍ଞାନେନ୍ଦ୍ର କୁମାର ସେଠୀ
ଶ୍ରବଣା ବ୍ରାସ୍‌ ଆଣ୍ତ ବେଲ୍‌ ମେଟାଲ୍ସ, ଚୌଧୁରୀବଜାର, କେଉଟସାହି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe