ଏଥର ଡିଜିଟାଲ ପ୍ରଚାର; ଏଲ୍‌ଇଡି ବ୍ୟାଗ୍‌ (ଲୁକ୍‌ ହୋୟାର୍‌), ବ୍ଲକ୍‌ ଭଏସର ଚାହିଦା ଜୋର୍

ନିର୍ବାଚନ ପାଇଁ ବ୍ୟବସାୟୀଙ୍କୁ ଫୁରସତ ନାହିଁ

ଏଥର ଡିଜିଟାଲ ପ୍ରଚାର; ଏଲ୍‌ଇଡି ବ୍ୟାଗ୍‌ (ଲୁକ୍‌ ହୋୟାର୍‌), ବ୍ଲକ୍‌ ଭଏସର ଚାହିଦା ଜୋର୍

Sambad

କଟକ: ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି କଟକ ସହର। ଆସନ୍ତା ୧୧ ତାରିଖରୁ ପ୍ରାର୍ଥୀ ମାନେ ଶୋଭାଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ଏବେ ଠାରୁ ସହରରେ ଦେଖା ଗଲାଣି ନିର୍ବାଚନୀ ପରିବେଶ। ନିର୍ବାଚନକୁ ଅଧିକ ଆକର୍ଷିତ କରାଇଥାଏ ପୋଷ୍ଟର, ବ୍ୟାନର। ନିର୍ବାଚନକୁ ନଜରରେ ରଖି ଏବେ ଆରମ୍ଭ ହୋଇଯାଇଛି ପୋଷ୍ଟର, ଫ୍ଲେକ୍ସ, ପୁସିଙ୍ଗ କାର୍ଡ଼ ଓ ଡିଜିଟାଲ କାର୍ଡ ତିଆରି କାମ। ଡିଜିଟାଲ କାର୍ଡ ସମ୍ପୂର୍ଣ୍ଣ ଭାବେ ଭିଡ଼ିଓ ରହିଛି। ଏଥିରେ ପ୍ରାର୍ଥୀଙ୍କ ଫଟୋ, ଚିହ୍ନ ଦେବା ସହ ନିଜ ପସନ୍ଦ ମୁତାବକ ଗୀତ ଟ୍ରାକ୍ ଓ କଣ୍ଠଶିଳ୍ପୀଙ୍କୁ ଚୟନ କରିଥାନ୍ତି। ପରେ ଏହାକୁ ବ୍ୟବସାୟୀ ଷ୍ଟୁଡ଼ିଓରେ ରେକର୍ଡ଼ କରି ପ୍ରାର୍ଥୀଙ୍କୁ ଦେଇଥାନ୍ତି। ଏହାସହ ଡିଜିଟାଲ କାର୍ଡ ବା ପ୍ରଚାର ମାଧ୍ୟମରେ ରହିଛି ଏଲଇଡ଼ି ବ୍ୟାଗ୍‌ (ଲୁକ୍‌ ହୋୟାର) ଯେଉଁଥିରେ ପ୍ରାର୍ଥୀ ବା ସମର୍ଥକ ପ୍ରଚାର ସମୟରେ ଏହି ବ୍ୟାଗକୁ କାନ୍ଧରେ ପକାଇ ପ୍ରଚାର କରି ପାରିବେ। ବ୍ୟାଗ କାନ୍ଧରେ ପକକାଇବା ମାତ୍ରେ ବ୍ୟାଗରେ ଏକ ଡିସପ୍ଲେ ହେବ, ଯେଉଁଥିରେ ପ୍ରାର୍ଥୀଙ୍କର ଏକ ଭିଡିଓ ପ୍ଲେ ହେବ। ଏହା ସାଉଣ୍ତଲେସ୍‌ ରହିଛି। ଏହି ଏଲଇଡି ବ୍ୟାଗ ମୂଲ୍ୟ ୬ ଦିନକୁ ୭ ହଜାର ଟଙ୍କା ରହିଛି।

ସେହିପରି ବ୍ଲକ ଭଏସ୍‌ କଲ ରହିଛି। ଯେଉଁଥିରେ ପ୍ରାର୍ଥୀ ନିଜ କଣ୍ଠରେ ଭଏସ୍‌ ରେକର୍ଡ କରି ଜନସାଧାରଣଙ୍କୁ ଭୋଟ୍‌ ପାଇଁ ଅପିଲ କରିପାରିବେ। ପ୍ରତି କଲ ପିଛା ୬୦ ପଇସା ରହିଛି। ସେହିଭଳି ରହିଛି ବ୍ଳକ ହ୍ବାଟସଆପ୍ ମେସେଜ୍। ଏଥିରେ ପ୍ରାର୍ଥୀଙ୍କ ନାମ, ୱାର୍ଡ଼, ଚିହ୍ନ ଭଳି ସମସ୍ତ ତଥ୍ୟ ରହିବ। ପ୍ରତି ମେସେଜ ପିଛା ୨୦ ପଇସା ରହିଛି। ଏହାସହ ରହିଛି କ୍ୟୁଆର ପୁସିଙ୍ଗ କାର୍ଡ ସ୍କାନର। ଯାହାକି କ୍ୟୁଆର କୋଡ୍ ପୁସିଙ୍ଗ କାର୍ଡରେ ରହିବ। ଯେଉଁଥିରେ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିବ। ଯାହାକୁ ଲୋକେ ନିଜ ଫୋନ କ୍ୟୁଆର କୋଡ୍ ସ୍କାନର ମାଧ୍ୟମରେ ସ୍କାନ କରି ପ୍ରାର୍ଥୀଙ୍କ ବିଷୟରେ ସମସ୍ତ ତଥ୍ୟ ଜାରି କରି ପାରିବେ। ଏହି କ୍ୟୁଆର ପୁସିଙ୍ଗ କାର୍ଡ କୋଡ୍ ସ୍କାନର ମୂଲ୍ୟ ୧.୫ ଟଙ୍କା ରହିଛି। ପ୍ରଚାର ପାଇଁ ଏବେ ପୁସିଙ୍ଗ କାର୍ଡ଼ ସମେତ ଡ଼ିଜିଟାଲ କାର୍ଡ ମଧ୍ୟରେ ଏଲଇଡି ବ୍ୟାଗ୍‌ (ଲୁକ୍‌ ହୋୟାର), ବ୍ଲକ ଭଏସ୍‌ କଲର ଅଧିକ ଡିମାଣ୍ତ ରହିଛି। ନାମାଙ୍କନ ଦାଖଲ ପୂର୍ବରୁ ଆରମ୍ଭ ହୋଇଛି ଏହି ପ୍ରିଣ୍ଟିଙ୍ଗ କାମ। ଏପରିକି ଦିନକୁ ୧୦ ହଜାର ଟଙ୍କାରୁ ଅଧିକ ପ୍ରିଣ୍ଟିଙ୍ଗ ଅର୍ଡର ଆସୁଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ତେବେ କୋଭିଡ ଯୋଗୁଁ ବ୍ୟବସାୟୀ ମାନେ ନିରାଶ ହୋଇ ଯାଇଥିବାରୁ ସୋମନଙ୍କର ରୋଜଗାର କରିବାର ମାଧ୍ୟମ ନିର୍ବାଚନ ପାଲଟିଥିବା ବ୍ୟବସାୟୀ ମତ ରଖିଛନ୍ତି।

publive-image Sambad

ଏଲ୍‌ଇଡି ବ୍ୟାଗ୍‌ (ଲୁକ୍‌ ହୋୟାର‌୍), ବ୍ଲକ୍‌ ଭଏସ୍‌ କଲ ନୂଆ
ନିର୍ବାଚନ ପ୍ରଚାରର ଏକ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ରଚାର। ଏବଂ ଡିଜିଟାଲ ପ୍ରଚାରରେ ଲୋକ ଚାହିଁଥାନ୍ତି କିଛି ନୂଆ ଜିନିଷ। ଗ୍ରାହକଙ୍କ ଡିମାଣ୍ତକୁ ନଜରରେ ରଖି ପୌର ନିର୍ବାଚନ ପାଇଁ ରହିଛି ଏଲଇଡ଼ି ବ୍ୟାଗ୍‌(ଲୁକ୍‌ ହୋୟାର) ଯେଉଁଥିରେ ପ୍ରଚାର ପାଇଁ ଡି‌ସପ୍ଲେ ରହିଛି। ଯାହାକି ସାଉଣ୍ତଲେସ। ବ୍ଲକ ଭଏସ୍‌ କଲ ଓ ବ୍ଲକ ଭଏସ୍‌ ମେସେଜ ଏହି ଦୁଇଟି ସମ୍ପୂର୍ଣ୍ଣ ଭାବେ ସୋସିଆଲ ମିଡିଆରେ ହ୍ବାଟସଆପରେ ପଠାଇ ହେବ। ତେବେ ହ୍ବାଟସଆପରେ ୫ରୁ ଅଧିକ ମେସେଜ ପଠାଇବା ସମ୍ଭବ ହୋଇନଥାଏ। ହେଲେ ଏହି ଦୁଇଟି ଭଏସ ‌କଲ ଓ ମେସେଜ ପାଇଁ ପ୍ରାର୍ଥୀ ଆମକୁ ତାଲିକା ଦେଲେ ଏହାକୁ ଆମେ ୨ ଲକ୍ଷ ଲୋକଙ୍କୁ ଏକାଥର‌କରେ ପଠାଇ ପାରିବୁ। ସେହିପରି ରହିଛି କ୍ୟୁଆର ପୁସିଙ୍ଗ କାର୍ଡ଼ କୋଡ଼ ସ୍କାନର, ଯେଉଁଥିରେ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ଥିବା ଲୋକେ ପୁସିଙ୍ଗ କାର୍ଡ଼ରେ ଥିବା ସ୍କାନରରେ ସ୍କାନ କରି ଜାଣି ପାରିବେ। ଏଥି ମଧ୍ୟରୁ ଏଲଇଡ଼ି ବ୍ୟାଗ୍‌(ଲୁକ୍‌ ହୋୟାର) ଓ ବ୍ଲକ ଭଏସ୍‌ କଲର ଅଧିକ ଡ଼ିମାଣ୍ତ ରହିଛି। ଅର୍ଡ଼ର ମଧ୍ୟ ଖୁବ ଭଲ ଆସୁଛି। ଆଶା ଅଛି ଆଗାମୀ ଦିନରେ ଭଲ ବେପାର ହେବ।

ଈଶ୍ବର ସାହୁ, ଆରାଧ୍ୟା ଗ୍ରାଫିକ୍ସ, ଚାଉଳିଆଗଞ୍ଜ

ପୁସିଙ୍ଗ କାର୍ଡର ଚାହିଦା ଅଧିକ

ନିର୍ବାଚନ ପାଇଁ ଗ୍ରାହକଙ୍କ ଭିଡ଼ ବହୁତ ରହୁଛି। ଅର୍ଡ଼ର ମଧ୍ୟ ଖୁବ୍‌ ଭଲ ଆସୁଛି। ଯେଉଁଠି ପୂର୍ବରୁ ୬ ଟି ପିଲା କାମ କରୁଥିଲେ ଏବେ ନିର୍ବାଚନ ଅର୍ଡ଼ର ନେଇ ମୋ ପାଖରେ ୧୦ ଜଣ ପିଲା କାମ କରୁଛନ୍ତି। ପ୍ରାର୍ଥୀଙ୍କ ପସନ୍ଦ ପୁସିଙ୍ଗ କାର୍ଡ଼, ଯାହାକି ଡ଼ୋର ଟୁ ଡ଼ୋର ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ସହଜ କରାଇଥାଏ। ସେଥିପାଇଁ ପୁସିଙ୍ଗ କାର୍ଡ଼ର ଅଧିକ ଅର୍ଡ଼ର ରହିଛି।

ଗୌରାଙ୍ଗ ଭୂୟାଁ, ସାଇଲକ୍ଷ୍ମୀ ଗ୍ରାଫିକ୍ସ, ହରିପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe