ଏସ୍‌ସିବିକୁ ଫେରିଲେ ଡାକ୍ତର ବିଦ୍ୟୁତ ଦାସ, ବର୍ଷଟିଏ ଚାକିରି ବଢ଼ାଇଲେ ସରକାର

Advertisment
ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

Sambad

କଟକ: ଚାକିରିରୁ ଅବସର ନେଇଥିବା ରାଜ୍ୟର ପ୍ରତିଷ୍ଠିତ ରୁମାଟୋଲୋଜିଷ୍ଟ ପ୍ରଫେସର୍‌ ଡାକ୍ତର ବିଦ୍ୟୁତ୍‌ ଦାସ ପୁଣି କଟକ ବଡ଼ ଡାକ୍ତରଖାନାକୁ ଫେରିଛନ୍ତି। ସରକାର ତାଙ୍କୁ ପୁଣି ଏକବର୍ଷ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର୍‌ ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତା ସପ୍ତାହକ ଭିତରେ ସେ ଏସ୍‌ସିବିରେ ପୁଣି ରୋଗୀ ସେବା ଯୋଗାଇଦେବେ ବୋଲି ଜଣାପଡ଼ିଛି। ଉଲ୍ଲେଖ୍ୟ, ଚାକିରି ଜୀବନରେ ଓ ଚାକିରି ସରିବା ପରେ ବି ଆଜି ପର୍ଯ୍ୟନ୍ତ ଘରୋଇ ଭାବେ ରୋଗୀ ନଦେଖିବା ତଥା କେବଳ ସରକାରୀ ବ୍ୟବସ୍ଥା‌ରେ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତର ଦାସ ରାଜ୍ୟ ସ୍ବାସ୍ଥ୍ୟସେବାରେ ଏକ ଚର୍ଚ୍ଚିତ ନାଁ ରହିଛି। ଏହି କାରଣରୁ ତାଙ୍କ ଓପିଡି ଦିନମାନଙ୍କରେ ରୋଗୀମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇ ତାଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଆସୁଥିଲେ। ଗତ ଜୁନ୍‌ ୩୦ ତାରିଖରେ ପ୍ରଫେସର ଡାକ୍ତର ଦାସ ଅବସରଗ୍ରହଣ କରିବାର ଦୁଇଦିନ ପୂର୍ବରୁ ରୁମାଟୋଲୋଜି ବିଭାଗର ନାମ ପରିବର୍ତ୍ତନ କରାଯାଇ ‘କ୍ଲିନିକାଲ ଇମ୍ୟୁନୋଲୋଜି ଏଣ୍ଡ ରୁମାଟୋଲୋଜି’ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

କେବଳ ସେତିକି ନୁହେଁ, ବିଭାଗରେ ଡକ୍ଟର ଅଫ୍‌ ନାସନାଲ୍‌ ବୋର୍ଡ(ଡିଆର୍‌ଏନ୍‌ବି) ପାଠ୍ୟକ୍ରମ ଚଳିତବର୍ଷରୁ ଆରମ୍ଭ ହୋଇଥିବାରୁ ପ୍ର‌ଫେସର୍‌ ଡାକ୍ତର ଦାସଙ୍କ ପରେ ଏହି ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଜଳଜଳ ଦେଖାଯାଉଥିଲା। ଏହି ସମସ୍ୟାକୁ ଦୂର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରଫେସର ଦାସଙ୍କୁ ଅବସର ପରେ ପୁଣି ନିଯୁକ୍ତି ଦେଇଛନ୍ତି। ଏବେ ବିଭାଗ ଜଣେ ଚୁକ୍ତିଭିତ୍ତିକ ପ୍ରଫେସର୍‌, ଜଣେ ଆସିଷ୍ଟାଣ୍ଟ ଓ ଜଣେ ଚୁକ୍ତିଭିତ୍ତିକ ପ୍ରଫେସରଙ୍କୁ ନେଇ ଚାଲିବ। ସରକାର କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଜ୍ୟର ସବୁଠୁ ବଡ଼ ରେଫରାଲ୍‌ ହସ୍ପିଟାଲ ଭାବେ ଏସ୍‌ସିବିରେ ଏବେ ବିଶେଷଜ୍ଞ ଡାକ୍ତର ସମସ୍ୟ‌ା ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe