ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

Advertisment
ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

କଟକ: ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ ହୋଇଥିବାର ଖବର ମିଳିଛି। ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ପରଲୋକ ଘଟିଛି। ହଠାତ୍ ଶ୍ଵାସ କ୍ରିୟାରେ ଅସୁବିଧା ହେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚଳିତ ମାସ ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥାନ୍ତେ। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପାଢୀ ଏସସିବି ମେଡିକାଲ କଲେଜର ପୂର୍ବତନ ବିଭାଗୀୟ ମୁଖ୍ୟ ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ପୁରୀ ଜଗନ୍ନାଥ ମେଡିକାଲ କଲେଜର ଅଧ୍ୟକ୍ଷା ଡାକ୍ତର ମାୟା ପାଢୀ ତାଙ୍କର ସହଧର୍ମିଣୀ ଅଟନ୍ତି। ତାଙ୍କ ବିୟୋଗରେ ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe