ମାଛୁଆବଜାର ମୁଖ୍ୟ ଡ୍ରେନ୍‌ ନିର୍ମାଣ ନିମ୍ନମାନର: ସିଏମ୍‌ସି କମିସନର, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଫେରାଦ ‌ହେଲେ ପଞ୍ଚାୟତ କମିଟି

ମାଛୁଆବଜାର ମୁଖ୍ୟ ଡ୍ରେନ୍‌ ନିର୍ମାଣ ନିମ୍ନମାନର: ସିଏମ୍‌ସି କମିସନର, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଫେରାଦ ‌ହେଲେ ପଞ୍ଚାୟତ କମିଟି

କଟକ: ସିଏମ୍‌ସି ୩୪ନମ୍ବର ଅନ୍ତର୍ଗତ ମାଛୁଆବଜାରରେ ଚାଲିଥିବା ମୁଖ୍ୟ ‌ଡ୍ରେନ୍ କାମ ଠିକ୍‌ରେ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ଡ୍ରେନ୍ ନିର୍ମାଣରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ କରିଛନ୍ତି ମାଛୁଆବଜାର ପଞ୍ଚାୟତ କମିଟି। ଡ୍ରେନ୍ ନିର୍ମାଣ କାମର ତଦାରଖ ପାଇଁ ପଞ୍ଚାୟତ କମିଟି ପକ୍ଷରୁ ସିଏମ୍‌ସି କମିସନର, ଜିଲ୍ଲାପାଳ, ଆର୍‌ଡିସିଙ୍କ ସମେତ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ନି‌କଟରେ ଅଭ‌ିଯୋଗ ହୋଇଛି।

ମାଛୁଆବଜାର ପଞ୍ଚାୟତ କମିଟି ସଭାପତି କୁଶ ସାହୁ ଓ ସଂପାଦକ କୁନା କାହାଳୀ ନିମ୍ନମାନର କାମକୁ ନେଇ ଅଭିଯୋଗ କରିବା ସହିତ ନିର୍ମାଣ କାର୍ଯ୍ୟରେ ୱାର୍କ ଅର୍ଡରକୁ ଅନୁସରଣ କରାଯାଉନାହିଁ, କାମ ଦେଖିବାକୁ ସିଏମ୍‌ସିର କୌଣସି ଯନ୍ତ୍ରୀ ବା ଅଧିକାରୀ ଆସୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।  ଏଭଳି ନିମ୍ନମାନର କାମ ହେଲେ ଡ୍ରେନ୍‌ଟି କେତେ ଦିନ ରହିବ ବୋଲି ସଭାପତି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ଏହି କାମର ତୁରନ୍ତ ତଦାରଖ କରିବା ସହିତ ନିର୍ମାଣ ପାଇଁ ଗୁଣାତ୍ମକ କାମ କରିବାକୁ ସଭାପତି ଶ୍ରୀ ସାହୁ ସିଏମ୍‌ସି କମିସନରଙ୍କ ସମେତ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଓ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନିକସ୍ତରରେ ଏହାର ତଦାରଖ କରା ନଗଲେ, ପଞ୍ଚାୟତ କମିଟି ପକ୍ଷରୁ ଆଇନର ସହାୟତା ନିଆଯିବ ‌ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe