ମହାନଦୀ,ତାଳଦଣ୍ତାରେ ମିଶୁଛି ନର୍ଦ୍ଦମା ପାଣି : ପାଣି ପାଲଟିଛି କଳା, ବିପଦରେ ମଣିଷ ଓ ପଶୁପକ୍ଷୀ

Advertisment
ମହାନଦୀ,ତାଳଦଣ୍ତାରେ ମିଶୁଛି ନର୍ଦ୍ଦମା ପାଣି : ପାଣି ପାଲଟିଛି କଳା, ବିପଦରେ ମଣିଷ ଓ ପଶୁପକ୍ଷୀ

Sambad

କଟକ: ମହାନଦୀରେ ସିଧାସଳଖ ମିଶୁଛି କଟକ ସହରର ନର୍ଦ୍ଦମା ଜଳ। ବିଦ୍ୟାଧରପୁର ଠାରେ ଡ୍ରେନ୍ ଜଳ ତାଳଦଣ୍ଡା କେନାଲରେ ମିଶୁଥିବା ବେଳେ ଭଦିମୂଳ ଠାରେ ଗୁଳୁଗୁଳି ବାଟେ ମହାନଦୀରେ ନର୍ଦ୍ଦମା ଜଳ ମିଶିବା ଯୋଗୁଁ ଉଭୟ କେନାଲ ଓ ମହାନଦୀ ପାଣି ବିଷାକ୍ତ ହେଉଥିବା ଅଭିଯୋଗ ହେଉଛି। ମହାନଦୀ ପାଣି ଏହି ଅଞ୍ଚଳରେ କଳା ହୋଇ ଯାଇଛି। ଏନଆରଆରଆଇ ଜମିରେ ପଡୁଥିବା କୀଟନାଶକ ଔଷଧ ଓ ସରିସୃପ ମାନଙ୍କ ପାଇଁ ବିଷ ପାଣିରେ ମିଶି ଗୁଳୁଗୁଳି ବାଟେ ମହାନଦୀରେ ମିଶୁଛି।

ସୂଚନାଯୋଗ୍ୟ, ଏମଏସଡବ୍ଲୁ-୨ ନର୍ଦ୍ଦମା ପାଣି ବିଦ୍ୟାଧରପୁର ଠାରେ ତାଳଦଣ୍ଡା କେନାଲରେ ‌ମିଶୁଥିବା ବେଳେ ଅବଶିଷ୍ଟ ଏନ୍ ଆର୍ ଆର୍ ଆଇ ଦେଇ ଗୁଳୁଗୁଳି ବାଟେ ମହାନଦୀରେ ମିଶୁଛି। ବିଭିନ୍ନ ସମୟରେ ବିଷାକ୍ତ ପାଣି ତାଳଦଣ୍ଡା କେନାଲ ଓ ମହାନଦୀରେ ମିଶୁଥିବାରୁ ଲୋକମାନଙ୍କ ପକ୍ଷରୁ ବିରୋଧ କରାଯିବାରୁ ସରକାର ବିଦ୍ୟାଧରପୁର ଓ ଗୁଳୁଗୁଳି ପୋଲ ପାଖରେ ୨ଟା ପମ୍ପ ହାଉସ ନିର୍ମାଣ କରିଥିଲେ। ଏହି ୨ଟି ପମ୍ପ ହାଉସ ନର୍ଦ୍ଦମା ଜଳ ବିଶୋଧନ କରି ନଦୀ ଓ କେନାଲକୁ ଛାଡ଼ିବ ବୋଲି ସରକାର ଘୋଷଣା କରିଥିଲେ।

କିନ୍ତୁ ପମ୍ପ ହାଉସ ତାହାକୁ ବିଶୋଧନ ନ କରି ନର୍ଦ୍ଦମା ପାଣିକୁ ୨ଟି ମୋଟେଇ ଲୁହା ପାଇପ ଦ୍ବାରା ମହାନଦୀକୁ ଓ ୧ଟି ଲୁହା ପାଇପ ଯୋଗେ ତାଳଦଣ୍ଡା କେନାଲକୁ ଛାଡୁଛି। ଗୁଳୁଗୁଳି ପୋଲ ପାଖରେ ନର୍ଦ୍ଦମା ଜଳ ନିଷ୍କାସନ ପଦ୍ଧତି ଯାଞ୍ଚ୍ କରୁଥିବା ଏହି କାମ କରିଥିବା ତାନ୍ତିଆ କମ୍ପାନି ଇଞ୍ଜିନିୟର ହୃଷିକେଶ ଶର୍ମା ପମ୍ପ ହାଉସରେ ଜଳ ବିଶୋଧନ ହେଉ ନଥିବା ସ୍ବୀକାର କରିଛନ୍ତି। ଫଳରେ ମହାନଦୀ ଓ ତାଳଦଣ୍ଡା କେନାଲ ପାଣି ବ୍ୟବହାର କରୁଥିବା ଲୋକ ଓ ପଶୁପକ୍ଷୀଙ୍କ ପାଇଁ ଏହି ପାଣି ଏବେ ବିପଦ ସାଜିଛି। ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe