କଟକ: ଜଗତପୁରରେ ଆଉ ଏକ ନକଲି ଘିଅ କମ୍ପାନି ଠାବ, ଏକ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ

Advertisment
କଟକ: ଜଗତପୁରରେ ଆଉ ଏକ ନକଲି ଘିଅ କମ୍ପାନି ଠାବ, ଏକ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ

Sambad

କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳ‌ରେ ଆଉ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି। କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି। ଚଢ଼ଉ ସମୟରେ ପାଖାପାଖି ଏକ କୋଟିରୁ ଅଧିକ ଟଙ୍କାର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂଗ ସାମଗ୍ରୀ ଜବତ କରାଯାଇଛି। ବହୁ ବର୍ଷ ଧରି କମ୍ପାନି ଚାଲି ଆସୁଥିଲା।

ଜଗତପୁର ଥାନା ପୁଲିସ ଅଧିକାରୀ ରବୀନ୍ଦ୍ରନାଥ ମେହେର, ମାଲଗୋଦାମ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ , କଟକ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ତାଙ୍କ ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ୍‌ ସିଂହ ପହଞ୍ଚି ଯାଞ୍ଚ ଜାରି ରଖିଥିବାବେଳେ ଏହା ପଛରେ ଏକ ବଡ଼ ରାକେଟ ଚାଲିଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ୍ ଦୁଇଜଣଙ୍କୁ ଅଟକ ରଖିଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, କଟକ ପାଲଟିଛି ନକଲି କମ୍ପାନିମାନଙ୍କର ହବ୍‌। ଜଗତପୁର ନୂତନ ଶିଳ୍ପାଞ୍ଚଳରେ ବହୁ ବର୍ଷ ଧରି ଚାଲି ଆସୁଥିବା ନକଲି ଘିଅ କମ୍ପାନି ଉପରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ କମ୍ପାନିରୁ ‌ପାଖାପାଖି ଏକ କୋଟି ଟଙ୍କାରରୁ ଅଧିକ ନକଲି ଘିଅ, ସସ୍, ନାମୀଦାମୀ କମ୍ପାନିର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ କରିଛି ପୁଲିସ। ଲଗାତାର ତିନିଦିନ ଧରି ନକଲି ସାମଗ୍ରୀ ଜବତ କରାଯାଉଥିବାବେଳେ ଏହା ପଛରେ ଏକ ବଡ଼ ରାକେଟ ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe