କଟକ ପିଠାପୁର‌ ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ

Advertisment
କଟକ ପିଠାପୁର‌ ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ

କଟକ: ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ ସହର। ପୂର୍ବରୁ ନକଲି ଘିଅ, ମସଲା, ସୋୟବଡ଼ି ଭଳି ଆଜି ସୋମବାର କଟକ ବାଦାମବାଡ଼ି ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଠାବ କରାଯାଇଛି। ବାଦାମବାଡ଼ି ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ନାମୀଦାମୀ କମ୍ପାନିର ଲୋଗା‌େ ଥିବା ପ୍ୟାକେଟ୍, ବିପୁଳ ପରିମାଣର କଞ୍ଚାମାଲ ଓ ଲକ୍ଷାଧିକ ଟଙ୍କାର ଘିଅ ଜବତ କରିଛି।

publive-image Sambad

ସୂଚନା ଅନୁଯାୟୀ, କଟକ ବାଦାମବାଡ଼ି ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ବାଦାମବାଡ଼ି ପୁଲିସ। ଚଢ଼ାଉ ସମୟରେ ନାମୀଦାମୀ କମ୍ପାନିର ଲୋଗୋ, ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କାର ନକଲି ଘିଅ ଜବତ କରାଯାଇଛି।

publive-image Sambad

ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳି ପାରି ନଥିବା‌ ବେଳ ତଦନ୍ତ ଜାରି ରହିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜଗତପୁର, ମାଲଗୋଦାମ ଅଞ୍ଚଳରେ ନକଲି ମସଲା, ଘିଅ, ଗୁଟ୍‌ଖା, ସୋୟାବଡ଼ି କାରଖାନାରେ କମିଶନରେଟ୍‌ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ କାଳରେ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe