ଶଙ୍କରପୁରରେ ନକଲି ଗୁଟକା ଗୋଦାମରେ ବାଦାମବାଡ଼ି ଥାନା ପୁଲିସର ଚଢ଼ାଉ

Advertisment

୩୩ ଲକ୍ଷ ଟଙ୍କାର ନକଲି ଗୁଟକା ଜବତ; ଜଣେ ଅଟକ

୩୩ ଲକ୍ଷ ଟଙ୍କାର ନକଲି ଗୁଟକା ଜବତ; ଜଣେ ଅଟକ

ଶଙ୍କରପୁରରେ ନକଲି ଗୁଟକା ଗୋଦାମରେ ବାଦାମବାଡ଼ି ଥାନା ପୁଲିସର ଚଢ଼ାଉ

କଟକ: ପୁଣି କଟକରେ ନକଲି ଗୁଟକା ଗୋଦାମ ଠାବ କରିଛି ବାଦାମବାଡ଼ି ଥାନା ପୁଲିସ। କଟକ ଶଙ୍କରପୁର ସ୍ଥିତ ନିଉ କମଳପୁର ଠାରେ ନକଲି ଗୁଟକା ଗୋଦାମ ଉପରେ ଚଢ଼ାଉ କରିଛି ବାଦାମବାଡ଼ି ଥାନା ପୁଲିସ। ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଉକ୍ତ ଚଢ଼ାଉ ଜାରି ରହିଛି। ଚଢ଼ାଉ ସମୟରେ ନକଲି ୧୩୬ ଟି ବ୍ୟାଗ ଗୁଟକା, ନାମୀଦାମୀ କମ୍ପାନିର ଲୋଗୋ ଜବତ କରାଯାଇଥିବାବେଳେ ଜଣଙ୍କୁ ଅଟକ ରଖିଛି ପୁଲିସ। ତେବେ ସମସ୍ତ ନକଲି ସାମଗ୍ରୀର ମୂଲ୍ୟ ୩୩ ଲକ୍ଷ ଟଙ୍କା ରହିଥିବା‌ ନେଇ ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, କଟକ ପାଲଟିଛି ଏବେ ନକଲି ସାମଗ୍ରୀର ହବ୍‌। ଆଜି କଟକ ଶଙ୍କରପୁର ନିଉ କମଳପୁର ଠାରେ ବିଶେ‌ଷ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନା ପୁଲିସ ଉକ୍ତ ନକଲି ଗୁଟକା ଗୋଦାମରେ ଚଢ଼ାଉ କରିଥିବା‌ବେଳେ ୧୩୬ଟି ବ୍ୟାଗ ନକଲି ଗୁଟକା, ନାମୀଦାମୀ କମ୍ପାନିର ଲୋଗୋ ସମେତ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିବା ସମେତ ଜଣଙ୍କୁ ଅଟକ ରଖିଛି ବାଦାମବାଡ଼ି ଥାନା ପୁଲିସ।

publive-image Sambad

ଉକ୍ତ ଚଢ଼ାଉ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବାବେଳେ ଘଟଣାସ୍ଥଳରେ ସିଏମ୍‌ସି ସ୍ବ୍ୟାସ୍ଥ୍ୟ ବିଭାଗ ଅଧିକାରୀ ଡ଼କ୍ଟର ସତ୍ୟବ୍ରତ ମହାପାତ୍ର, ଫୁଡ଼୍‌ ସୁପରଭାଇଜର ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଗତ କିଛି ମାସ ପୂର୍ବେ ଜଗତପୁର, ମଧୁପାଟଣା, ପିଠାପୁର, ସିଡିଏ ଭଳି ଅଞ୍ଚଳରୁ ମଧ୍ୟ ନକଲି ‌ଘିଅ, ସିମେଣ୍ଟ, ମସଲା ସାମଗ୍ରୀ ପ୍ରସ୍ତୁତ ହେଉଥିବା କାରଖାନାରେ କମିସନରେଟ ପୁଲିସ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe