ପୋକ ସାଲୁବାଲୁ ଖୁଦରୁ ମସଲା ତିଆରି; ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

Advertisment

ନକଲି ମସଲା ଫ୍ୟାକ୍ଟ୍ରିରେ ଚଢ଼ାଉ; ମାଲିକ ସମେତ ୩ ଗିରଫ

ନକଲି ମସଲା ଫ୍ୟାକ୍ଟ୍ରିରେ ଚଢ଼ାଉ; ମାଲିକ ସମେତ ୩ ଗିରଫ

ପୋକ ସାଲୁବାଲୁ ଖୁଦରୁ ମସଲା ତିଆରି; ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ: ଶାଢ଼ିରେ ରଙ୍ଗ ଦେବା ପାଇଁ ବ୍ୟବହାର ହେଉଥିବା ବେଞ୍ଜର୍‌ କେମିକାଲ୍‌ ମିଶୁଥିଲା ଲଙ୍କା ଓ ହଳଦୀଗୁଣ୍ତରେ। ପୋକ ସାଲୁବାଲୁ ହେଉଥିବା ଖୁଦଚାଉଳକୁ ଗ୍ରାଇଣ୍ତି˚ କରାଯାଇ ଏଥିରେ ଏଜେନ୍ସ୍‌ ଏବ˚ କେମିକାଲ୍‌ ମିଶ୍ରଣ କରାଯାଉଥିଲା। ଏଭଳି ମାରାତ୍ମକ କେମିକାଲରେ ପ୍ରସ୍ତୁତ ହେଉଥିବା ମସଲାଜାତୀୟ ସାମଗ୍ରୀ ଫ୍ୟାକ୍ଟ୍ରିରେ ମାଲଗୋଦାମ ଥାନା ପୁଲିସ ଚଢ଼ାଉ କରିଛି। ଫ୍ୟାକ୍ଟ୍ରି ମାଲିକ ମଧୁପାଟଣା ସାର୍ତ୍ତୋଳର ସଚ୍ଚିଦାନନ୍ଦ ସାହୁ(୩୪) ସମେତ ସହଯୋଗୀ ଚାଉଳିଆଗଞ୍ଜ ଶିଖରପୁର ବଟସାହିର ଯୁଧିଷ୍ଠିର ଜେନା(୬୬) ଏବ˚ ମାଲଗୋଦାମ ମୁରାଦଖାଁ ପାଟଣାର ସେକ୍‌ ମିର୍ଜା(୧୯)କୁ ଗିରଫ କରାଯାଇଛି। ଏହି ଫ୍ୟାକ୍ଟ୍ରିରୁ ପ୍ରାୟ ୫ ଲକ୍ଷ ଟଙ୍କାର ନକଲି ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।

publive-image publive-image

publive-image Sambad

ସୂଚନା ଅନୁଯାୟୀ, ମାଲଗୋଦାମ ଭିତରେ ଲଙ୍କା ଗୁଣ୍ତ, ହଳଦୀ ଗୁଣ୍ତ, ଜିରା ଓ ଧଣିଆ ଗୁଣ୍ତ ଭେଜାଲ ହେଉଥିଲା। ଏ ସ˚କ୍ରାନ୍ତରେ ମାଲଗୋଦାମ ଥାନା ପୁଲିସ ଖବର ପାଇ ନକଲି ମସଲା ଗୁଣ୍ତ ପ୍ରସ୍ତୁତ ହେଉଥିବା କରଖାନାରେ ଆଜି ସିଏମ୍‌ସି ଫୁଡ ସେଫଟି ଇନସ୍‌ପେକ୍ଟର ଏବ˚ ଜୋନ୍‌ -୧ ଏସିପିଙ୍କ ସହାୟତାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ମାମଲାରେ ପୁଲିସ ଉପରୋକ୍ତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ ଏହି ନକଲି ଫ୍ୟାକ୍ଟ୍ରିରୁ ୨ ହଜାର ୨୫ କେଜି ଲଙ୍କା ଗୁଣ୍ତ, ୨ ହଜାର ୮୬୦ କେଜି ହଳଦୀ ଗୁଣ୍ତ, ୬୫୦ କେଜି ପୋକଲଗା ଚାଉଳ ଖୁଦ, ୩୦୦ କେଜି ଲଙ୍କା ଗୁଣ୍ତ, ୧୦୫ କେଜି ପୋକରା ହଳଦୀ, ୯ କେଜି ପୋକରା ଲଙ୍କା, ୨ଟି ଓଜନ ମେସିନ, ୨ଟି ପ୍ଲାଷ୍ଟିକ୍‌ ସିଲି˚ ମେସିନ୍‌ ସମେତ ୫ ଲକ୍ଷ ଟଙ୍କାର ଭେଜାଲ ସାମଗ୍ରୀ ଜବତ ହୋଇଥିଲା। ଏହି ଭେଜାଲ ସାମଗ୍ରୀ ମାଲଗୋଦାମ ସମେତ କଟକର ଏକାଧିକ ଖୁଚୁରା ଦୋକାନକୁ ଚାଲାଣ କରାଯାଉଥିଲା।

ବେଞ୍ଜର କେମିକାଲ୍ କେଉଁ ରାଜ୍ୟରୁ ଆସୁଥିଲା ସେ ନେଇ ମାଲଗୋଦାମ ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି କେମିକାଲ୍ ଖାଇବା ଦ୍ବାରା କ୍ୟାନସର ହେବାର ଆଶଙ୍କା ଥିବା କୁହାଯାଉଛି। ଭେଜାଲ ମସଲା ପ୍ରସ୍ତୁତ କାରବାର ରାଜ୍ୟ ବାହାରକୁ ବି ଲମ୍ବିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe