୧୨ ଲକ୍ଷ ଟଙ୍କାର ନକଲି ସସ୍ ଓ ଚାଓମିନ୍ ଜବତ

Advertisment
୧୨ ଲକ୍ଷ ଟଙ୍କାର ନକଲି ସସ୍ ଓ ଚାଓମିନ୍ ଜବତ

Sambad

କଟକ: ମାଲଗୋଦାମ ଥାନା ପୁଲିସ ଓ ସିଏମସିର ମିଳିତ ଉଦ୍ୟମରେ ଏକ ନକଲି ସସ୍ ଓ ଚାଓମିନ୍ ତିଆରି କାରଖାନାରେ ଚଢ଼ଉ କରିଛି। ମାଲଗୋଦାମରେ ଥିବା ଏକ ଗୋଦାମ ଓ ବାରଙ୍ଗରେ ଚାଲିଥିବା ଏକ କାରଖାନାରେ ଚଢ଼ଉ ହୋଇଥିଲା। ଦୁଇଟି ସ୍ଥାନରୁ ପୁଲିସ ମୋଟ ୧୨ ଲକ୍ଷ ଟଙ୍କାର ନକଲି ସାମଗ୍ରୀ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ମାଲଗୋଦାମ ଥାନା ପୁଲିସ ଉଠାଇ ନେଇଛି। ସାଥୀ ବ୍ରାଣ୍ଡର ନକଲି ସସ୍ ଓ ଚାଓମିନ୍ ବିକ୍ରି ହେଉଥିବା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସ ଶନିବାର ଖବର ପାଇଥିଲା। ସିଏମସି ସହାୟତାରେ ପୁଲିସ ଟିମ୍ ଏହି ଗୋଦାମରେ ଚଢ଼ଉ କରିଥିଲା। ୨୦ ପେଟି ସାଥୀ ସସ୍, ପରିବାର ସସ୍, ଫୁଡ଼ି ସସ୍,୪୫ ବସ୍ତା ମ୍ୟାଗି ଜବତ କରିଛି। ୫୦୦ ବୋତଲ ସସ୍ ଓ ଅଢ଼େଇ କୁଇଣ୍ଟାଲ୍ ଚାଓମିନ୍ ଜବତ ହୋଇଛି।

ଏହି ସସ୍ ବିକ୍ରି ପଛର ଦୁଇ କାର୍ପଟଦାର ଚାଉଳିଆଗଞ୍ଜର ସନ୍ତୋଷ ସାହୁ, ପବିତ୍ର ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ସସ୍ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳରେ ଏକ ୟୁନିଟରେ ଚାଲୁଥିବା ଜଣାପଡ଼ିବା ପରେ ପୁଲିସ ସେଠି ବି ଚଢ଼ଉ କରିଥିଲା। ଭୁବନେଶ୍ବରର ଜଣେ ମହିଳା ଦାଢ଼ା ପାଟଣାରେ ଏକ ଘର ଭଡ଼ା ନେଇ ସେଠାରେ ସସ୍ ପ୍ରସ୍ତୁତ କରୁଥିଲେ। ଫ୍ୟାକ୍ଟ୍ରିରୁ ଦୁଇ ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି। ଏହି ଫ୍ୟାକ୍ଟ୍ରିରେ ସସ୍ ଓ ଚାଓମିନ୍ ପ୍ରସ୍ତୁତ ହେଉଥିବା ମେସିନ୍ ଓ ପ୍ୟାକିଂ ମେସିନ୍ ଜବତ କରିଛି। ଏହି ଚଢ଼ଉରେ ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକ ନେତୃତ୍ବ ନେଇଥିବା ବେଳେ ସିଏସମି ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe