ଦଶହରା ମୂର୍ତ୍ତି ଉଚ୍ଚତା ସଂପର୍କିତ ମାମଲ: ସରକାରଙ୍କ ଜବାବ ଦାଖଲ; ଭିଡ଼ ‌ଏଡ଼ାଇବାକୁ ପରଦା, କମ୍ ଉଚ୍ଚତାର ମୂର୍ତ୍ତି

Advertisment

୧୬ରେ ପରବର୍ତ୍ତୀ ଶୁଣାଣି; ୪ ମଣ୍ଡପଙ୍କୁ ପ୍ରତି ଜବାବ ଦାଖଲ ନିର୍ଦ୍ଦେଶ

୧୬ରେ ପରବର୍ତ୍ତୀ ଶୁଣାଣି; ୪ ମଣ୍ଡପଙ୍କୁ ପ୍ରତି ଜବାବ ଦାଖଲ ନିର୍ଦ୍ଦେଶ

ଦଶହରା ମୂର୍ତ୍ତି ଉଚ୍ଚତା ସଂପର୍କିତ ମାମଲ: ସରକାରଙ୍କ ଜବାବ ଦାଖଲ; ଭିଡ଼ ‌ଏଡ଼ାଇବାକୁ ପରଦା, କମ୍ ଉଚ୍ଚତାର ମୂର୍ତ୍ତି

TravelTriangle

କଟକ: କଟକ ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଏଥି ସହିତ ପୁଲିସ କମିସନରଙ୍କ ପକ୍ଷରୁ ମଧ୍ୟ ଏକ ସାନି ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇଛି। ରାଜ୍ୟ ଆଇନ ବିଭାଗ ଅନୁସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ସେପ୍ଟେମ୍ବର ୧୬ରେ କମିସନରେଟ୍ ପୁଲିସର ଯାଞ୍ଚ ବେଳେ ୧୪୨ଟି ମଣ୍ଡପରେ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇ ନଥିଲା।

୯ଟି ମଣ୍ଡପରେ ସରକାର ଜାରି କରିଥିବା ନିୟମାବଳୀ ପାଳନ କରି ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ନିୟମାବଳୀରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖାଯିବାର କାରଣ ବିସର୍ଜନ ବେଳେ ଟ୍ରଲି/ଅଟୋ ରିକ୍ସା ବ୍ୟବହାର କରାଯାଇ ପାରିବ। ବିସର୍ଜନ ପାଇଁ ୫ ଜଣରୁ ଅଧିକ ଲୋକ ଆବଶ୍ୟକ ହେବେ ନାହିଁ ଓ ଭିଡ ହେବ ନାହିଁ। ମୂର୍ତ୍ତି ଉଚ୍ଚତା ସଂପର୍କିତ ନିୟମାବଳୀ କେବଳ ଦୁର୍ଗାପୂଜା ନୁହେଁ, ଲକ୍ଷ୍ମୀପୂଜା, କାଳୀପୂଜା ଓ ଅନ୍ୟ ପୂଜା ଗୁଡିକ ପାଇଁ ମଧ୍ୟ ଜାରି କରାଯାଇଛି। ଯଦି ଆବେଦନକାରୀ ପୂଜା ମଣ୍ଡପ ପାଇଁ ନିୟମ କୋହଳ ପାଇଁ ଅନୁମତି ଦିଆଯାଏ ତେବେ, ସମାନ ସୁବିଧା ପାଇବା ପାଇଁ ଅନ୍ୟ ପୂଜା ମଣ୍ଡପ ଗୁଡିକ ମଧ୍ୟ ଦାବି କରିବେ।

publive-image image source-newindianexpress.com

ମୂର୍ତ୍ତି ପୁନର୍ବାର ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ ଏହା ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମଣ୍ଡପରୁ ଯଦି ପର୍ଦ୍ଦା ଉଠାଇ ଦିଆଯିବ ତେବେ ଭିଡ଼ ଏଡ଼ାଇବା ଉଦ୍ଦେଶ୍ୟ ନେଇ ଜାରି କରାଯାଇଥିବା କୋଭିଡ ନିୟମ ଉଲ୍ଲଂଘନ ହେବ। ପୁଲିସ କମିସନରଙ୍କ ୨୦୨୦, ସେପ୍ଟେମ୍ବର ୧୭ର ନିର୍ଦ୍ଦେଶରେ ମୂର୍ତ୍ତି ନିର୍ମାଣ ସ୍ଥିତି ପ୍ରସଂଗରେ ମନଗଢା କଥା ଉଲ୍ଲେଖ ସଂପର୍କିତ ଅଭିଯୋଗ ଭିତ୍ତିହୀନ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ସରକାରଙ୍କ ଜବାବ ଉପରେ ଆବେଦନକାରୀଙ୍କୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲୁବଜାର ପୂଜା କମିଟି ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ସମେତ ୪ଟି ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ଅନିରୁଦ୍ଧ ସାଙ୍ଗନେରିଆ, ବିଭୁତି ଭୂଷଣ ଚୌଧୁରୀ, ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣ ପ୍ରସଂଗ ନେଇ ବାଲୁବଜାର ପୂଜା କମିଟି, ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କୁ ପୂର୍ବବର୍ଷ ଭଳି ନିର୍ଦ୍ଧାରିତ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରି ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ସରକାର, ପୁଲିସ କମିସନର ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe