ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ଥାନାରେ ହାଜର ହେଲେ ସମାଜସେବୀ

Advertisment
ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ଥାନାରେ ହାଜର ହେଲେ ସମାଜସେବୀ

Commissionerate police

କଟକ: ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ପ୍ରସଙ୍ଗରେ ମଙ୍ଗଳବାଗ ଥାନାରେ ଆଉ ଜଣେ ହାଜର। ଆଜି ଦ୍ୱିତୀୟ ଦିନରେ ପୁଲିସ ଘଟଣାରେ ଦୀପ୍ତି ରଞ୍ଜନ ସାହୁ ନାମକ ସମାଜସେବୀଙ୍କୁ ନୋଟିସ କରିଥିବାବେଳେ ଦୀପ୍ତି ରଞ୍ଜନ ଥାନାରେ ହାଜର ହୋଇଛନ୍ତି। ଧାରା ୧୬୧ ଅନୁଯାୟୀ ଦୀପ୍ତିଙ୍କ ବୟାନ ରେକର୍ଡ କରିଛି ମଙ୍ଗଳାବାଗ ଥାନା ପୁଲିସ। ଜେରା ସରିବା ପରେ ଦୀପ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏସ୍‌ସିବି ମେଡ଼ିକାଲରେ ଚିକିତ୍ସାଧୀନ ଥିବାବେଳେ ନିୟମିତ ଦୁଷ୍ମନ୍ତ ମୋତେ ଫୋନ କରୁଥିଲେ। ଆଉ ଚିକିତ୍ସା ଅବହେଳା ହେଉଥିବା ଯୋଗୁ ସହଯୋଗ ମଧ୍ୟ ଲୋଡି ଥିଲେ। ଏହାସହ ତାଙ୍କ ଚିକିତ୍ସା ସମ୍ପର୍କୀତ କାଗଜପତ୍ର ମଧ୍ୟ ପଠାଇ ଥିଲେ। ଦୁଷ୍ମନ୍ତ କେବେ ବି ମୋ ସହ ବ୍ୟକ୍ତିଗତ ଭାବରେ ଦେଖା ହୋଇ ନାହାଁନ୍ତି ବୋଲି ସମାଜସେବୀ ଦୀପ୍ତି ରଞ୍ଜନ ସାହୁ ପ୍ରତିକ୍ରିୟା ଦେଇଛନ୍ତି।

publive-image Sambad

ତେବେ ଗତକାଲି ଏହି ଘଟଣାରେ ମଙ୍ଗଳାବାଗ ଥାନାରେ ହାଜର ହୋଇଥିଲେ ଓ୍ୱେବ୍‌ ପୋର୍ଟାଲର ଦୁଇ ସାମ୍ବାଦିକ। ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦିପ୍ତୀ ଓରଫ ଦାମୋଦର ସେଠୀ ଥାନାରେ ହାଜର ପରେ ଦୁହିଁଙ୍କୁ ଜେରା କରିଥିଲା ମଙ୍ଗଳବାଗ ଥାନା ପୁଲିସ। ମଙ୍ଗଳାବାଗ ଥାନା ଅଧିକାରୀ ପୃଥକ ପୃଥକ ଭାବେ ଉଭୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଦୁଷ୍ମନ୍ତଙ୍କ କଲ ରେକର୍ଡର ଆଉ ୧୦ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ। ତେବେ ଏହି ୧୦ ଜଣ କେଉଁ ସଂସ୍ଥାର ତାହା ଏବେ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe