କଟକରେ ଉଦ୍-ଜୁହା ପାଳିତ

କଟକରେ ଉଦ୍-ଜୁହା ପାଳିତ

କଟକ: ଆଜି ହେଉଛି ମୁସଲିମ ଭାଇ ଭଉଣୀମାନଙ୍କ ପବିତ୍ର ଇଦ୍-ଉଦ୍-ଜୁହା ଉତ୍ସବ। ଏଥିପାଇଁ ଭାଇଚାରା ସହରର ବିଭିନ୍ନ ମସଜିଦରେ ସାମୁହିକ ନମାଜ ପାଠର ବ୍ୟବସ୍ଥା ହୋଇଛି। କଦମ ରସୁଲ, ଇଦଗାହ, ଛୋଟୀ ମସଜିଦ, ବଡ଼ି ମସଜିଦ, ପଲଟନ ମସଜିଦ ଓ ଜାମା ମସଜିଦରେ ସ୍ୱତନ୍ତ୍ର ନମାଜ ପାଠ କରାଯାଇଛି।

ତ୍ୟାଗ, ସମର୍ପଣ ଓ ଉତ୍ସର୍ଗର ପର୍ବକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକମାନେ। ତେବେ କୋଭିଡ କଟକଣା ଭିତରେ ସବୁ କିଛି ଆୟୋଜନ କରାଯାଇଛି। ସେପଟେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe