ହଠାତ ବଦଳିଗଲା ଅଙ୍କକଷା: କଟକ ଜିଲ୍ଲାପରିଷଦ ସଭାପତି ପଦ ଅସଂରକ୍ଷିତ

ଜିଲ୍ଲାପରିଷଦ ସଭାପତି ପାଇଁ ଏବେ ସମସ୍ତେ ଦାବିଦାର

ଚୂଡ଼ାନ୍ତ ପଞ୍ଚାୟତ ସ˚ରକ୍ଷଣ ଆସନ: ଯାହା ଥିଲା, ସେୟା ରହିଲା

Sambad

କଟକ: କଟକ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ଚାଲିଥିବା ଅଙ୍କକଷା ଏବେ ହଠାତ୍ ବଦଳି ଯାଇଛି। ହାଇକୋର୍ଟଙ୍କ ରାୟ ପରେ ଆଜି ରାଜ୍ୟ ସରକାରଙ୍କ ଜିଲ୍ଲା ପରିଷଦ ସଂରକ୍ଷଣକୁ ନେଇ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି ସେଥିରେ ବହୁ ପ୍ରାର୍ଥୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି କରିଛି। ସଂ‌ଶୋଧିତ ତାଲିକାରେ ଜିଲ୍ଲା ପରିଷଦ ସଭାପତି ପଦ ଅସଂରକ୍ଷିତ ରହିଛି। ପୂର୍ବ ବିଜ୍ଞପ୍ତିରେ ଏହା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଫଳରେ ସଭାପତି ପଦ ପାଇଁ ଆଶା ରଖିଥିବା ଅନେକ ବରିଷ୍ଠ ନେତା ଚୁପ୍ ବସିବାକୁ ଏକପ୍ରକାର ମନସ୍ଥ କରି ଦେଇଥିଲେ। କିନ୍ତୁ ଏବେ ସଭାପତି ଆସନ ଅସଂରକ୍ଷିତ ରହିବା ପରେ ଏହି ପଦବି ପାଇଁ ଯେ କୌଣସି ବ୍ୟକ୍ତି ଦାବିଦାର ହୋଇ ପାରିବେ। ଜିଲ୍ଲା ପରିଷଦ ଜୋନ୍‌ ଗୁଡିକର ସଂରକ୍ଷଣରେ ବି ପରିବର୍ତ୍ତନ ଘଟିଛି। ଓବିସି ସଂରକ୍ଷିତ ସମସ୍ତ ଜୋନ୍‌ ଗୁଡିକୁ ଅସଂରକ୍ଷିତ କରି ଦିଆଯାଇଛି। ଫଳରେ ସେହି ସବୁ ଆସନରେ ଯେ କୌଣସି ବର୍ଗର ପ୍ରାର୍ଥୀ ପ୍ରତିଦ୍ବିନ୍ଦ୍ବିତା କରିବାର ବାଟ ସଫା ହୋଇଯାଇଛି। ଏଭଳି ସ୍ଥିତିରେ ଆଗାମୀ ପଂଚାୟତ ନିର୍ବାଚନ ଅଧିକ ରୋଚକ ଆଉ ପ୍ରତିଦ୍ବନ୍ଦ୍ବିତା ମୂଳକ ହେବା ଆଶା କରାଯାଉଛି।
ପୂର୍ବ ୫ଟି ନିର୍ବାଚନରେ କଟକ ଜିଲ୍ଲା ପରିଷଦ ସଭାପତି ଆସନରେ ୩ ଜଣ ମହିଳା ବସିବାକୁ ସଫଳ ହୋଇଥିଲେ।

ଉର୍ମିଳା ସେଠୀ, ଲକ୍ଷ୍ମୀବିଳାସିନୀ ବିଶ୍ବାଳ ପୂର୍ବରୁ ଜିଲ୍ଲା ପରିଷଦ ସଭାପତି ରହିଥିବା ବେଳେ ଚଳିତ ଜିଲ୍ଲା ପରିଷଦର ସଭାପତି ଅଛନ୍ତି ଜ୍ୟୋତିରେଖା ନାୟକ। ଦେବପ୍ରସାଦ ପ୍ରଧାନ ଓ ବର୍ତ୍ତମାନର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଦୁଇ ଜଣ ପୁରୁଷ ଭାବେ ଏହି ପଦ ଦଖଲ କରିଥିଲେ। ଆଗାମୀ ନିର୍ବାଚନ ପାଇଁ ସଭାପତି ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଫଳରେ ଦାବିଦାରଙ୍କ ସଂଖ୍ୟା ମାତ୍ର ୫ଟି ଜୋନ୍‌ ଭିତରେ ସୀମିତ ରହିଥିଲା। କିନ୍ତୁ ଏବେ ସଭାପତି ପଦ ଅସଂରକ୍ଷିତ ହେବା ସାଙ୍ଗକୁ ଓବିସି ଜୋନ୍‌ ଗୁଡିକ ବି ଅସଂରକ୍ଷିତ ହୋଇ ଯାଇଛି। ଏଭଳି ସ୍ଥିତିରେ ଆଶାୟୀଙ୍କ ସଂଖ୍ୟା ବଢିବା ସହିତ ଦଳର ନେତୃବୃନ୍ଦଙ୍କୁ ବି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମସ୍ୟା ହୋଇପାରେ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe