ଅସହ୍ୟ ହେଲାଣି ବିଦ୍ୟୁତ୍‌ କାଟ ଦୁଃଖ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ବି ମାନୁନି କମ୍ପାନି

Advertisment
ଦେଶରେ ବିଜୁଳି ଚାହିଦା ୨୪୦ ଗିଗାୱାଟ୍‌ ଛୁଇଁଲା

ORF

କଟକ: ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ ବି କାମ ଦେଉନି। ଦିନରାତି ମନଇଚ୍ଛା ବିଦ୍ୟୁତ୍‌ କାଟ କରୁଛି ଘରୋଇ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା। ଗତ ୨୫ତାରିଖରେ ସମୀକ୍ଷା କରି ଦିନରେ ବିଦ୍ୟୁତ୍‌ କାଟ ହେବନି ବୋଲି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ରୋକ୍‌ଠୋକ୍‌ ଶୁଣାଇଥିଲେ। କିନ୍ତୁ କଟକ ସହରରେ ଦିନକୁ ପାଖାପାଖି ଘଣ୍ଟାଏ ଓ ଗ୍ରାମାଞ୍ଚଳରେ ଦିନକୁ ୨ରୁ ୩ଘଣ୍ଟା ଧରି,ଏପରିକି ରାତି ଅଧରେ ବି ହେଉଛି ବିଦ୍ୟୁତ୍‌ କାଟ୍। ବିଦ୍ୟୁତ୍‌କାଟର କୌଣସି ନିର୍ଦ୍ଦିଷ୍ଟ କାରଣ ନଥିବା ବେଳେ ଚତୁରତାର ସହିତ ଏହା କରାଯାଉଛି। ପର୍ଯ୍ୟାୟକ୍ରମେ ଏଭଳି ବିଦ୍ୟୁତ୍‌କାଟ କରାଯାଉଛି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିଲାଣି। ବିଦ୍ୟୁତ୍‌ ବଳକା ରାଜ୍ୟ ବୋଲି କୁହାଯାଉଥିବା ବେଳେ ଘନ ଘନ ବିଦ୍ୟୁତ୍‌ କାଟ ପଛର କାରଣକୁ ନେଇ ନାନାଦି ପ୍ରଶ୍ନ ଉଭା ହୋଇଛି। କଟକ ସହରର ତିନିଟି ଡିଭିଜିନ୍‌; ରାଣୀହାଟ, ବାଦାମବାଡ଼ି ଓ ଯୋବ୍ରା ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି। ସକାଳ ଓ ରାତିରେ ବିଦ୍ୟୁତ୍‌ କାଟ ଅଧିକ କରାଯାଉଛି। ଯନ୍ତ୍ରୀଙ୍କ ତଥ୍ୟ ମୁତାବକ, କଟକ ସହର ପାଇଁ ବିଦ୍ୟୁତ୍ ଯୋଗାଣରେ କିଛି ସମସ୍ୟା ନାହିଁ। ସହରର ୩ ଡିଭିଜନ୍‌ରେ ମୋଟ ୧ଲକ୍ଷ ୩୦ ହଜାର ଉପଭୋକ୍ତା ରହିଛନ୍ତି। ଏହି ସମସ୍ତ ଉପଭୋକ୍ତା ଦୈନିକ ହାରାହାରି ୭୦ ମେଗାୱାଟ୍ ବିଦ୍ୟୁତ ବ୍ୟବହାର କରୁଛନ୍ତି। ଅର୍ଥାତ୍‌ ପ୍ରତିଦିନ କଟକ ସହରରେ ୭୦ଲକ୍ଷ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହେଉଛି। ମାତ୍ର ଏହାଠାରୁ ଯୋଗାଣ ଅଧିକ ରହିଛି। ରାଣୀହାଟ ଓ ବାଦାମବାଡ଼ି ଡିଭିଜନ୍‌ରେ ସର୍ବାଧିକ ବିଦ୍ୟୁତ୍‌ କାଟ ହେଉଛି। ପ୍ରଚଣ୍ଡ ତାତିରେ ବିଦ୍ୟୁତ୍‌ କାଟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଉପଭୋକ୍ତାମାନେ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ ମେଣ୍ଟେନାନ୍‌ସ ବା ମରାମତିକୁ ବାହାନା କରାଯାଉଛି।

ସେହପିରି ଜିଲ୍ଲାର ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ସାଲେପୁର ବ୍ଲକ୍‌ରେ ଦିନକୁ ୪/୫ଥର ଲେଖାଏ ଅଘୋଷିତ ବିଦ୍ୟୁତ୍‌ କାଟ୍ ହେଉଛି। କେଉଁଦିନ ଘଣ୍ଟାଏ ତ’ ପୁଣି କେଉଁଦିନ ଦୁଇଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଛି। ସେହିପରି ଟାଙ୍ଗୀ, ନିଆଳି, କଣ୍ଟାପଡ଼ା, ବଡ଼ମ୍ବା, ଆଠଗଡ଼, ତିଗିରିଆ, ନରସିଂହପୁର, କଣ୍ଟାପଡ଼ା, ବାଙ୍କୀ, ଡମପଡ଼ା, କଟକସଦର, ବାରଙ୍ଗ ଭଳି ପ୍ରାୟ ସବୁଠି ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଏପରିକି ଦିନେ ‌ଦିନେ ୭/୮ଥର ବି ଲାଇନ୍‌ କଟୁଛି। କେତେବେଳେ କେତେ ସମୟ ଲାଇନ୍‌ କଟୁଛି ତା’ର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ବି ରହୁନି। ‘ରୋଟେସନ୍‌ ବେସିସ୍‌’ରେ କଟାଯାଉଛି ଲାଇନ୍‌। ଯଦି କୌଣସି ଗାଁରେ ପ୍ରଥମ ୨୦ ମିନିଟ୍‌ ବିଦ୍ୟୁତ୍‌ କାଟ୍‌ ହେଲା, ତେବେ ତା’ପର ୨୦/୨୫ ମିନିଟ୍‌ ପାଖ ଗାଁର ଲାଇନ୍‌ କଟାଯାଇ ପୂର୍ବ ଗାଁକୁ ବିଦ୍ୟୁତ୍‌ ଯୋଗାଣ ଦିଆଯାଉଛି। ଦିନରେ ପ୍ରବଳ ତାପମାତ୍ରା ରହୁଥିବା ବେଳେ ଲାଇନ୍‌ କଟୁଛି ତ’ କେତେବେଳେ ରାତିର ପ୍ରବଳ ଗୁଳୁଗୁଳି ବେଳେ କଟାଯାଉଛି ଲାଇନ୍‌। ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଦାୟିତ୍ବ ନୂଆ ସଂସ୍ଥା ନେବା ପରେ ସମସ୍ୟା ସୁଧୁରିଯିବ ବୋଲି ଆଶା କରାଯାଉଥିଲା। ବିଦ୍ୟୁତ୍‌ ବିଲ୍‌ ‌ଯେତିକି ମାତ୍ରାରେ ଓ ଯେଉଁଭଳି ଢଙ୍ଗରେ ଆଦାୟ କରାଯାଉଛି, ଲୋକଙ୍କୁ ସେଇ ମୁତାବକ ବିଦ୍ୟୁତ୍‌ ଯୋଗାଣ ଓ ସେବା ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଗ୍ରାହକ ଅତିଷ୍ଠ ହୋଇପଡିଲେଣି। ମାଟ୍ରିକ୍‌ ପରୀକ୍ଷା ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ ପିଲାମାନଙ୍କ ସମସ୍ୟାକୁ ବହୁଗୁଣିତ କରୁଛି। ଘନ ଘନ ବିଦ୍ୟୁତ୍‌ କାଟକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ବିଦ୍ୟୁତ୍‌ ଲୋଡ୍‌ ଅଧିକ ହେଉଥିବାରୁ ଉପରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଲାଇନ୍‌ କଟାଯାଉଛି ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe